ଶିଶୁ ଉତ୍ସବ ପାଳିତ
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍):କରାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଓଡିଶା ରାଜ୍ୟ ଶିକ୍ଷକ ସଂଘ ପକ୍ଷରୁ ୩୮ ତମ ଶିଶୁ ଉତ୍ସବ ମହାସମାରୋହରେ ଶନିବାର ପାଳିତ ହୋଇଯାଇଛି । ଏହି ଶିଶୁ ଉତ୍ସବ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀକାନ୍ତ ଦାଶ ଦ୍ୱୀପ ପ୍ରଜ୍ୱଳନ କରିଥିବା ବେଳେ ବାସୁଦେବ ରଥ ବେଦ ପାଠ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିଥିଭାବେ ଜିଲ୍ଲା ସଂପାଦକ ସୁଧିର କୁମାର ସେଠୀ, କ୍ଲବ ସଭାପତି କୈଳାସ ବେହେରା,ଅଭିମନ୍ୁ୍ୟ ପ୍ରଧାନ,ମାଗୁଣୀ ବିଷୋୟୀ, କାଳିଆ ନାୟକ ,ସୁଜିତ କୁମାର ପଟ୍ଟନାୟକ ,ଦେବେନ୍ଦ୍ର ପଟ୍ଟନାୟକ ପ୍ରମୁଖ ମଂଚାସୀନ ଥିଲେ ।ଏହା ପରେ ୧୦ ଟି ବିଭାଗର ଶିଶୁ ମାନଙ୍କୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଥିଲା ।ଏଥିରେ ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସଂରପଞ୍ଚଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ୍ଥିଲେ । ସଂଗୀତ ଗାନ ସହ ଶେଷରେ ପୁରସ୍କାର ପ୍ରଦାନ କରାଯାଇଥିଲା ।ଶେଷରେ ଉମାକାନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।


