ସହିଦ ବାଘା ଯତୀନ ସ୍ମୃତି ଦିବସ ପାଇଁ ପ୍ରସ୍ତୁତି

ବାଲେଶ୍ୱର, (ସରୋଜ ପଣ୍ଡା):ଦେଶ ପ୍ରେମର ଅନନ୍ୟ ପ୍ରତୀକ ବୀର ବାଘା ଯତୀନଙ୍କ ୧୦୭ତମ ସହିଦ ସ୍ମୃତିଦିବସ ସମାରୋହ ଆୟୋଜନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସଦଭାବନା ସଭାଗୃହରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଜିଲା ପ୍ରଶାସନ, ବାଘାଯତୀନ ବିକାଶ ପରିଷଦ ଓ ବାଘାଯତୀନ ଉନ୍ନୟନ କମିଟି ମିଳିତ ସହଯୋଗରେ ଆୟୋଜିତଏହି ବୈଠକରେ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଉପ-ଜିଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ସହକାରୀ ଜିଲାପାଳ ସ୍ୱାଗତିକା ଦାସଙ୍କ ସମେତ ପଦସ୍ଥ ପୁଲିସ ଅଧିକାରୀ, ଜେଲ ଅଧୀକ୍ଷକ, ସଦର ଓ ରେମୁଣା ତହସିଲଦାର ପ୍ରମୁଖ ଏଥିରେ ଯୋଗଦେଇ ଆସନ୍ତା ସେପ୍ଟେମ୍ବର ୧୦ ତାରିଖରେ ପାଳିତ ହେବାକୁ ଯାଉଥିବା ସହିଦ ସ୍ମୃତିଦିବସର ସଫଳ ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରତିବର୍ଷ ଭଳି ଉତ୍ସବରେ ଯୋଗଦେବାକୁ ପଶ୍ଚିମବଙ୍ଗ ଓ ଇରମରୁ ଆସୁବାକୁ ଥିବା ଅଭିଯାତ୍ରୀଙ୍କ ପାଇଁ ସମସ୍ତ ବନ୍ଦୋବସ୍ତ କରିବା, ସହରର ବାରବାଟୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଦେଶୁଆଁ ପୋଖରୀର ସାଧାରଣ ସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ, ବାଲେଶ୍ୱର ଜେଲ ସ୍ଥିତ ଫାଶୀସ୍ଥଳରେ ମାଲ୍ୟାର୍ପଣ ଆଦି ପ୍ରତିଟି କାର୍ଯ୍ୟକ୍ରମ ଶୃଙ୍ଖଳାର ସହ ସମାପନ ଉପରେ ଜିଲାପାଳ ଶ୍ରୀ ଶିନ୍ଦେ ଗୁରୁତ୍ୱାରୋପ କରିଥିଲେ । ଏନେଇ ସେ ଉଭୟ ଉନ୍ନୟନ କମିଟି ଓ ବିକାଶ ପରିଷଦର କର୍ମକର୍ତ୍ତାଙ୍କ ସହଯୋଗ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ