ଗଞ୍ଜାମର ୬୩୧୩ ପରିବାରଙ୍କ ଅଧିକାରକୁ ନାକଚ ପ୍ରତିବାଦରେ ଆନ୍ଦୋଳନ କରିବେ ଅ।ଦିବାସୀ-ବନବାସୀ
ବ୍ରହ୍ମପୁର : ଜଙ୍ଗଲ ଅଧିକାର ଅ।ଇନ-୨୦୦୬କୁ ଉଲ୍ଲଂଘନ କରି ଗଞ୍ଜାମର ୬୩୧୩ ପରିବାରଙ୍କ ଅଧିକାରକୁ ନାକଚ କରିବା ପ୍ରତିବାଦରେ ଅ।ଦିବାସୀ-ବନବାସୀଙ୍କ ପକ୍ଷରୁ ବ୍ୟାପକ ଅ।ନ୍ଦେ।ଳନ କରାଯିବ ବେ।ଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଠାରେ ଉଲ୍ଲେଖ କରାଯାଇପାରେ ଜଙ୍ଗଲ ଅଧିକାର ସ୍ୱୀକୃତି ଅ।ଇନ ୨୦୦୬ର ମୁଖବନ୍ଧରେ ଉଲ୍ଲେଖ ଅଛି ଯେ ବହୁ ବର୍ଷ ଧରି ଅ।ଦିବାସୀ ତଥା ଅନ୍ୟାନ୍ୟ ପାରମ୍ପରିକ ବନବାସିଙ୍କୁ ଜଙ୍ଗଲ ଜମିରେ ତାଙ୍କର ଅଧିକାରକୁ ସ୍ୱୀକୃତି ନ ଦେଇ ସରକାର ଐତିହାସିକ ଅନ୍ୟାୟ କରିଛନ୍ତି । ଏହି କଥାକୁ ଭୁଲି ଯାଇ ବର୍ତ୍ତମାନ ସରକାର ସ୍ୱୀକୃତି ଦେବା ବଦଳରେ ଜଙ୍ଗଲ ଜମିରୁ ଅ।ଦିବାସୀ ଓ ପାରମ୍ପରିକ ବନବାସି ମାନଙ୍କର ଜଙ୍ଗଲ ଜମି ଦାବିପତ୍ରକୁ ନାକଚ କରି ଉଚ୍ଛେଦ କରିବା ପାଇଁ ଯେ।ଜନା କରୁଛନ୍ତି । ଏହି ଚିନ୍ତାଧାରା ଅ।ଦିବାସି ଓ ବନବାସି ମାନଙ୍କ ପାଇଁ ପୁଣି ଏକ ବଡ଼ ଅନ୍ୟାୟ କରାଯାଇଛି । ବିଶେଷସୂତ୍ରରୁ ଜାଣିବାକୁ ମିଳୁଛି ଯେ ରାଜ୍ୟ ସରକାର ପ୍ରଥମେ ତରବରିଅ। ଭାବେ ମିଥ୍ୟା ସତ୍ୟପାଠ ଜରିଅ ।ରେ ସୁପ୍ରିମକେ।ର୍ଟକୁ ଜଣାଇଲେ ଯେ ଓଡ଼ିଶାର ୧୪୮୮୭୦ ପରିବାରଙ୍କର ଜଙ୍ଗଲ ଜମି ଦାବିପତ୍ର ନାକଚ କରାଯିବ । ସେଥିମଧ୍ୟରୁ ଗଞ୍ଜାମ ଜିଲାର ହେଉଛି ୬୪୦୨ ପରିବାର । ଏହାର ବିରେ।ଧରେ ସିଏସଡି ଓଡ଼ିଶା ଗତ ୨୨ ଜୁଲାଇରେ ବିଧାନସଭା ସମ୍ମୁଖରେ ଗଣବିକ୍ଷେ।ଭ କରାଯିବା ଫଳରେ ରାଜ୍ୟ ସରକାର ପୁଣି ତରବରିଅ। ଭାବେ ସୁପ୍ରିମକେ।ର୍ଟରେ ମିଥ୍ୟା ସତ୍ୟପାଠ କରି ଜଣାଇଲେ ଯେ ଓଡ଼ିଶାର ୧୩୮୫୧ ପରିବାରଙ୍କର ଦାବି ପତ୍ର ନାକଚ କରାଯିବ । ସେଥିମଧ୍ୟରୁ ଗଞ୍ଜାମ ଜିଲାର ଭାଗ ହେଉଛି ପାଖାପାଖି ଅଧା ପରିବାର ବା ୬୩୧୩ ପରିବାର । ଏହି ତଥ୍ୟରୁ ଜଣାଯାଏ ଯେ ଜିଲାର ଏସଡିଏଲସି ଓ ଡିଏଲସିର ଅ।ଦିବାସି ଓ ବନବାସିଙ୍କ ପ୍ରତି କେତେ ଦରକ ଓ ଜଙ୍ଗଲ ଅଧିକାର ଅ।ଇନକୁ କାଯର୍ୟକାରି କରିବାରେ କେତେ ଅ।ଗ୍ରହ ଅଛି । ଜଙ୍ଗଲ ଅଧିକାର ସ୍ୱୀକୃତି ଅ ।ଇନର ଧାରା ୪ର ୫ କହେ ଜଙ୍ଗଲ ଅଧିକାର ଦାବି ଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଶେଷ ନହେବା ଯାଏଁ ଅ।ଦିବାସୀ ଓ ପାରମ୍ପରିକ ବନବାସିମାନେ ଭେ।ଗ ଦଖଲ କରୁଥିବା ଜଙ୍ଗଲ ଜମିରୁ କେହି ଉଚ୍ଛେଦ କିମ୍ବା ବିତାଡ଼ିତ କରିପାରିବେ ନାହିଁ । ପ୍ରକୃତରେ ଯାଞ୍ଚ ନ କରି କିପରି ନାଚକ ତାଲିକା କରିଲେ ସେ କଥା ପ୍ରଶାସନକୁ ଜଣା । ସେହିପରି ସଂଶେ।ଧିତ ନିୟମ ୨୦୧୨ ଧାରା ୧୨ (କ ର୫) କହୁଛି ଦାବି ସପକ୍ଷରେ କହିବାକୁ ଉପଯୁକ୍ତ ସୁଯେ।ଗ ଦିଅ ।ନଯାଇ ଦାବିଦାରର ଦାବିକୁ ନାକଚ କରାଯାଇପାରିବ ନାହିଁ । ଗଞ୍ଜାମ ଜିଲାର ଦାବିଦାରଙ୍କୁ ଦାବି ସପକ୍ଷରେ କହିବାକୁ ସୁଯେ ।ଗ ନ ଦେଇ ୬୩୧୩ ଦାବିଦାରଙ୍କ ଦାବିକୁ ନାକଚ କରିଲ କିପରି । ସଂଶେ ।ଧିତ ନିୟମ ୨୦୧୨କୁ ଦେଖିଲେ ଜଣାପଡ଼େ ଯେ ନିୟମର ଧାରା ୧୨(କ)ର ୬ କହୁଛି ଉପଖଣ୍ଡ ସ୍ତରୀୟ କମିଟି କିମ୍ବା ଜିଲାସ୍ତରୀୟ କମିଟି ଗ୍ରାସଭାର ସଂକଳ୍ପନାମା ତଥା ସୁପାରିଶକୁ ଅସମ୍ପୂର୍ଣ୍ଣ ଅଥବା ଅଧିକ ପରିକ୍ଷଣ ଅ ।ବଶ୍ୟକ ମନେ କଲେ ଦାବିପତ୍ରକୁ ନାକଚ ଓ ପରିବର୍ତ୍ତନ କରିବା ବଦଳରେ ପୁନଃ ଗ୍ରାମସଭାକୁ ପ୍ରେରଣ କରିବେ । କିନ୍ତୁ ଗ୍ରାମସଭାକୁ ନ ଫେରାଇ କେଉଁ ଅଧିକାରରେ ୬୩୧୩ ଦାବିପତ୍ରକୁ ନାକଚ କରିଲ ତାହାର ଜବାବ ଦିଅ । ପୁଣି ସଂଶେ ।ଧନ ନିୟମ ୨୦୧୨ର ଧାରା ୧୨ (କ)ର ୧୦ ର ସି କହେ ଗ୍ରାମସଭା ଓ ଜଙ୍ଗଲ ଅଧିକାର କମିଟି ବ୍ୟତିତ କେହି ହେଲେ ଦାବିପତ୍ର ଉପରେ ପରିବର୍ତ୍ତନ, ନାକଚ କିମ୍ବା ନିଷ୍ପତ୍ତି ନେଇପାରିବେ ନାହିଁ । ଏଠି ପୁଣି ପ୍ରଶ୍ନ ଉଠୁଛି ଗ୍ରାମସଭା ଓ ଜଙ୍ଗଲ ଅଧିକାର କମିଟି କିଛି ନ ଜାଣି ଜିଲାର ଏସଡିଏଲସି ଏବଂ ଡିଏଲସି କେମିତି ୬୩୧୩ ପରିବାରଙ୍କର ଦାବିପତ୍ରକୁ ନାକଚ କରିଲ । ସମସ୍ତ ପ୍ରକାର ଅ ।ଇନ ଓ ନିୟମକୁ ଅଣଦେଖା କରି ଜିଲା ପ୍ରଶାସନ ନେଇଥିବା ନାକଚ ପ୍ରସ୍ତାବକୁ ସାରା ଜିଲାର ଅ ।ଦିବାସୀ ଓ ପାରମ୍ପରିକ ବନବାସିମାନେ ଦୃଢ଼ ନିନ୍ଦା କରିବା ସାଥେ ସାଥେ ଅ ।ଗାମୀ ଦିନରେ ନିଜର ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇବା ପାଇଁ ମେଳି ବାନ୍ଧିଲେଣି । ଏଠାରେ ଉଲ୍ଲେଖ କରାଯାଇପାରେ ୬୩୧୩ ପରିବାରଙ୍କ ଜଙ୍ଗଲ ଅଧିକାର ଦାବିପତ୍ରକୁ ନାକଚ କରାଯାଇଛି । ଏମାନଙ୍କ ମଧ୍ୟରେ ଦିଗପହଣ୍ଡି ବ୍ଲକ ୪୪୯, କୁକୁଡ଼ାଖଣ୍ଡି ୫୫୩, ପାତ୍ରପୁର ୭୮୪, ସାନଖେମୁଣ୍ଡି ୯୧୦, ଚିକିଟି ୪୪, ଛତ୍ରପୁର ୬୬, ଗଞ୍ଜାମ ୫୪୪, ବେଗୁନିଅ ।ପଡ଼ା ୧୧, ଖଲିକେ ।ଟ ୧୯୮, ପେ ।ଲସରା ୧୫୪୪, ଭଞ୍ଜନଗର ୨୬୯, ସେ ।ରଡ଼ା ୭୦, ଜଗନ୍ନାଥପ୍ରସାଦ ୯୦, ବୁଗୁଡ଼ା ୧୫୫, ଧରାକେ ।ଟ ୭୮୦, ଶେରଗଡ଼ ୨୩, ବେଲଗୁଣ୍ଠା ୮, ଅ ।ସ୍କା ୧୫ ଅନ୍ତର୍ଭୁକ୍ତ । ଏ ସମ୍ପର୍କରେ ସ୍ଥାନୀୟ ନବୀନ ଭବନ ଠାରେ ଜିଲାର ଅ ।ଦିବାସୀ ମାନଙ୍କ ନେତୃତ୍ୱ ନେଉଥିବା କର୍ମକର୍ତ୍ତାମାନଙ୍କ ଏକ ବୈଠକ ଜଗବନ୍ଧୁ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେ ।ଇଯାଇଛି । ଅ।ୟେ ।ଜିତ ବୈଠକରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ରବି ରଥ, ଚାଷୀ ନେତା ସୀମାଞ୍ଚଳ ନାହାକ, ଭିଟାମାଟି ସୁରକ୍ଷା ଅଭିଯାନର ବିଜୟ କୁମାର ସ୍ୱାଇଁ, ଗଞ୍ଜାମ ଅ ।ଦିବାସୀ ମଞ୍ଚର ଅଭିମନ୍ୟୁ ପାତ୍ର ପ୍ରମୁଖ ଯେ ।ଗଦେଇ ଅ ।ଦିବାସୀମାନଙ୍କ ବିଭିନ୍ନ ସମସ୍ୟା ଓ ସରକାରଙ୍କ ବୈମାତୃକ ମନେ ।ଭାବ ସମ୍ପର୍କରେ ଅ ।ଲେ ।କପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚରଣ ଶବର (ଖଲିକେ ।ଟ), ନିରଞ୍ଜନ ଶବର ଓ ଲିଙ୍ଗରାଜ ଜାନି (ପେ ।ଲସରା), ବଳଭଦ୍ର ମଲିକ (ବୁଗୁଡ଼ା), ଭରତ ମଲିକ ଓ ତ୍ରିନାଥ ମଳିକ (ଭଞ୍ଜନଗର), ପୂର୍ଣ୍ଣଚନ୍ଦ୍ର ମଲିକ (ଶେରଗଡ଼), ପୂର୍ଣ୍ଣଚନ୍ଦ୍ର ପ୍ରଧାନ (ଜଗନ୍ନାଥପ୍ରସାଦ), ପିତାମ୍ବର ଶବର (ବେଗୁନିଅ ।ପଡ଼ା), ଶ୍ରୀଧର ଶବର (ଖଲିକେ ।ଟ), ମୁଜେଶ ଦଳ ବେହେରା ଓ ସନ୍ତେ ।ଷ ଶବର (ଶେରଗଡ଼), ସୁରେନ୍ଦ୍ର ଶବର ଓ ଧେ ।ବା ଶବର (ବେଗୁନିଅ ।ପଡ଼ା) ଉପସ୍ଥିତ ଥିଲେ ।


