ବନ୍ଧରେ ଭାସୁଛି ମୃତଦେହ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଂଚାୟତର ପେନୁ ବନ୍ଧରେ ଗୋଟିଏ ମୃତ ଦେହ ଭାସୁଥିବାର ଦେକିବାକୁ ମିଳିଥିଲା । ଏହାକୁ ଗ୍ରାମବାସି ଦେଖି ପୋଲିସରେ ଖବର ଦେଇଥିଲେ ।ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ବନ୍ଧରୁ କାଡିଥିଲେ ଓ ଶବକୁ ବ୍ୟବଛେଦ ନିମନ୍ତେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ମୃତକ ଜଣଙ୍କ ଗଦରପଡି ସାହିର ସୁଆର ମଳିକ ବୋଲି ଜଣାପଡିଛି । ଏହି ଲୋକଟି କିଭଳି ମରିଲା ଏହାର ଅଧିକ ତଦନ୍ତ ପୋଲିସ କରୁଥିବା ଜଣାପଡିଛି ଓ ପୋଲିସ ଏହାକୁ ନେଇ ମାଲାରୁଜୁ କରି ତଦନ୍ତ ଚଲାଇଛନ୍ତି ।ଏହି ବ୍ୟକ୍ତିର କିଭଳି ମୃତ୍ୟୁ ହେଲା ଓ ଏହା ଗାଧୋଇବା ସମୟରେ ମରିଗଲେନା ହତ୍ୟା କରାଯାଇଛି ବୋଲି ଅଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ