ଦୁର୍ଘଟଣା ଘଟି ଯୁବତୀ ଗୁରୁତର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ୧୬ନମ୍ବର ଜାତୀୟ ରାଜପଥର ବିଷ୍ଣୁପୁର ଛକ ଠାରେ ଆଜି ଦୁର୍ଘଟଣା ଘଟି ଜଣେ ଯୁବତୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଵସ୍ତା ବ୍ଲକ ଚାଷିପଡା ଗ୍ରାମର ସଂଯୁକ୍ତା ଵେହେରା(୨୪)ଓଡି ୦୧ଏ ଏନ ୬୮୭୨ ସ୍କୁଟି ଯୋଗେ ଯାଉଥିବା ବେଳେ ଦୁର୍ଘଟଣାରେ ଶିକାର ହୋଇଥିଲେ।ସ୍ଥାନୀୟ ଲୋକେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଯୁବତୀଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲ ପଠାଇଥିଲେ।ମେଡିକାଲ ଠାରେ ପ୍ରାଥମିକ ଚିକିତ୍ସା କରାଯାଇ ଯୁଵତୀଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ଜଣାପଡିଛି।


