ରାମଚଣ୍ଡୀ ଫାଉଣ୍ଡେସନ ତରଫରୁ ଗୁରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ପବିତ୍ର ଗୁରୁଦିବସ ଅବସରରେ ରାମଚଣ୍ଡୀ ଫାଉଣ୍ଡେସନ ତରଫରୁ ଇଙ୍ଗିନାଠୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ରାମଚଣ୍ଡୀ ଫାଉଣ୍ଡେସନର ସମ୍ପାଦକ ରବୀନ୍ଦ୍ର ଗୌଡ଼ ଓ ସୂର୍ଯ୍ୟ କାନ୍ତ ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ରୂପେ ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ବିଶ୍ବ ଭାରତୀ ମୁଖ୍ୟ କୁଞ୍ଜବିହାରୀ ନାୟକ,ଇଙ୍ଗିନାଠି ସରପଞ୍ଚ ଶୁକଦେବ ସ୍ଵାଇଁ, ପୂର୍ବତନ ସରପଞ୍ଚ,ଗୋବରା ସମିତିସଭ୍ୟ ବିଭୁ ପାଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ସିଆରସିସି,ଇଙ୍ଗିନାଠି ପଞ୍ଚାୟତର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବସରପ୍ରାପ୍ତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ଯ ଯୋଗ ଦେଇଥିଲେ। ଏହି ଉତ୍ସବରେ ରତଙ୍ଗ ମଠର ମହନ୍ତ ମହାରାଜ ଛାତ୍ରଛାତ୍ରୀଙ୍କୁ ଗୁରୁ ସମ୍ବର୍ଦ୍ଧନା ଉତ୍ସବର ମହତ୍ତ୍ୱ ବୁଝାଇଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଶିକ୍ଷୟିତ୍ରୀ ଦୀପ୍ତାଂଶୁ ପ୍ରଭା ଦେବୀ ଗୁରୁ ବନ୍ଦନା ଗାନ କରିଥିଲେ I ଛାତ୍ରୀ ଦିପ୍ତୀମୟୀ ପଣ୍ଡା ଓ ପ୍ରାଚୀ ପ୍ରସାଦ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଗୁରୁ ବନ୍ଦନା ପ୍ରଦର୍ଶନ କରିଥିଲେ । ଏହି ଉତ୍ସବରେ ରାମଚଣ୍ଡୀ ଫାଉଣ୍ଡେସନ ଦ୍ବାରା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସମାଜସେବୀ , ଛାତ୍ରୀ ପ୍ରାଚୀ, ଦୀପ୍ତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ମନୋଜ କୁମାର ନାୟକ,ବାଳରାଜ ଆୟଙ୍ଗର,ସମୀର ସାହୁ, ରଶ୍ମିତା ନାୟକ, ବିଶ୍ବ ନାଥ ନାୟକ ,ଭଞ୍ଜ ପତି ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ