ପିଡ଼ିଙ୍କ ସମୀକ୍ଷା ବୈଠକ ଅଞ୍ଚଳର ବିକାଶ ବୃଦ୍ଧି ପାଇଁ ନିର୍ଦ୍ଦେଶ,ସାଧାରଣ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନ ଗ୍ରାମାଞ୍ଚଳର ବିକାଶ ପାଇଁ ଉଦ୍ଦିଷ୍ଟ ।ଗ୍ରାମାଞ୍ଚଳରେ ବିକାଶ ହେଲେ ରାଜ୍ୟର ବିକାଶ ନେଇ ଗ୍ରାମାଞ୍ଚଳରେ ଭିତ୍ତିଭୂମିର ବିକାଶ,ରାସ୍ତା ନିର୍ମାଣ, କୋଠାବାଡି ଓ ପାନୀୟ ଜଳ ଆଦି ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି ସରକାର।ଏସବୁ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ପ୍ରକଳ୍ପକ ନିର୍ଦେଶକ ରୋମାଞ୍ଚଳ ଖମାରି।ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦ ଭାବନା ସଭା ଗୃହରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିଡ଼ି ରମାଞ୍ଚଳ ଖମାରି,ଏପିଡ଼ି ବଳ କୁମାର,ଡିପିଏମ ପ୍ରିୟମବଦା,ଅତିରିକ୍ତ ଇକୋ ଜିଲ୍ଲା ପରିଷଦ ଜତିରାଜ ଅଧିକାରୀ, ବିଡ଼ିଓ ଅନୁପ ଅଭିଷେଖ ବେହେରା ଓ ଏଇ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ଯୋଗ ଦେଇଥିଲେ। ଏହି ବୌଠୋକରେ ମୂଖ୍ୟତଃ ଅଙ୍ଗନବାଡି ଗୃହ ନିର୍ମାଣ କାର୍ଯ୍ୟ ଉପରେ ବିଶେଷ ଧ୍ୟାନ ଦେବା ସହ ସମସ୍ତ ଅଟକି ରହିଥିଲା ଉନ୍ନୟନ ମୂଳକ କାର୍ଯ୍ୟ ଅକ୍ଟୋବର ୨ତାରିଖ ସୁଧା ସମସ୍ତ କାର୍ଯ୍ୟ ସମାପ୍ତ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ରମାଞ୍ଚଳ ଖମାରି। ସାଧାରଣରେ ବ୍ଲକର ବହୁ ଉନ୍ନୟନ ମୂଳକ ପ୍ରକଳ୍ପ ବିବାଦ ଯୋଗୁଁ ବିଳମ୍ବିତ ହେଇଛି ସେସବୁ କାର୍ଯ୍ୟକୁ ସମସ୍ତଙ୍କ ସହଯୋଗ ନେଇ ଆରମ୍ଭ କରି ଶୀଘ୍ର ଶେଷ ହୋଇଛି ବୋଲି ବିଡ଼ିଓ କହିଛନ୍ତି। ସେହିପରି ବୌଠୋକରେ ମୁଖ୍ୟ କିରାଣୀ ସନ୍ତଷ କୁମାର ପାଣିଗ୍ରାହୀ,ସିପି ରାକେଶ କୁମାର ସାହୁ,ଏପିଓ ସୋମିୟ ସୁଧାକର ତ୍ରିପାଠୀ,ସିଡିପିଓ ଅନିତାରାଣୀ ପଟ୍ଟନାୟକ, ଏମଆଇ ଶୁଭଶ୍ରୀ ବାନନା ଜେନା,ମନୋଜ କୁମାର ସାହୁ,ବିପିସି ଅଲିଶା ପଟ୍ଟନାୟକ ଓ ସମସ୍ତ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ମାନେ ଉପସ୍ଥିତ ଥିଲେ।


