ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଆଜି ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ବ୍ଲକର ସରସଦା ବିଦ୍ୟାଳୟ ଠାରେ ୪୮, ହାରାମଣି ବାଳିକା ବିଦ୍ୟାଳୟ ଠାରେ ୪୪, କୁଲଣା ବିଦ୍ୟାଳୟ ଠାରେ ୪୩, ଗିରିଧାରୀ ପଣ୍ଡା ଉଚ୍ଚ ବିଦ୍ୟାପୀଠ ଠାରେ ୫୧ ଓ ବାରିକପୁର ବିଦ୍ୟାଳୟ ଠାରେ ୪୯ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଛନ୍ତି। ପାଞ୍ଚ ଗୋଟି କେନ୍ଦ୍ରରେ ୧୦ଜଣ ବିଦ୍ୟାର୍ଥୀ ଅନୁପସ୍ଥିତ ଥିବା ବେଳେ ମୋଟ ୨୩୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ବିଭିନ୍ନ କେନ୍ଦ୍ରରେ ବୃତ୍ତି ପରୀକ୍ଷାକୁ ସିଆରସିସି ପୁଷ୍ପକ ଚନ୍ଦ୍ର ଭାରତୀ, କୈଳାସ ସାମଲ, ରଞ୍ଜନ ମହାନ୍ତି, ବିଶ୍ୱଜିତା ଗିରି, ଗଦାଧର ଜେନା, କଳ୍ପନା ଧଳ, ତପସ୍ୱିନୀ ସେନାପତି, କୈଳାସ ଜେନା ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ