୫ଟି କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ତେସିଙ୍ଗା ପଞ୍ଚାୟତ ବନସ୍ତା ସ୍ଥିତ ରାଜକିଶୋର ଗ୍ରାମ ମଙ୍ଗଳ ଉଚ୍ଚ ବିଦ୍ୟାପୀଠ ଠାରେ ୫ଟି କାର୍ଯ୍ୟ ପାଇଁ ଆଜି ଶୁଭ ଭିତ୍ତି ପ୍ରସ୍ଥର ସ୍ଥାପନ ହୋଇଛି। ସରପଞ୍ଚ ଧନେଶ୍ୱର ଖୁଣ୍ଟିଆଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ ଯୋଗଦେଇ କାର୍ଯ୍ୟ ପାଇଁ ଶୁଭ ଭିତ୍ତିପ୍ରସ୍ଥର କରିଥିଲେ। ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ କ୍ଲାସ ରୁମ ସହିତ ଇ-ଲାଇବ୍ରେରୀ, ବିଜ୍ଞାନ ଗାର, ଖେଳ ପଡିଆ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡିଛି। ଭିତ୍ତିପ୍ରସ୍ତର ଉତ୍ସବରେ ସମାଜସେବୀ ରାଜେନ୍ଦ୍ର ଖଣ୍ଡାଇ, ଦୟାନିଧି ପଣ୍ଡା, କନିଷ୍ଠ ଯନ୍ତ୍ରୀ ପର୍ଶୁରାମ ଦୀକ୍ଷିତ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜିତ ବେହେରା, ପ୍ରକାଶ ନାୟକଙ୍କ ସମେତ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।


