ମିଳିତ ଶିକ୍ଷକ ସଂଘର ଗଞ୍ଜାମ ବ୍ଲକ ସ୍ତରୀୟ ଗୁରୁଦିବସ

ଗଞ୍ଜାମ, (ବିନୋଦ ପଲେଇ):ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ସଭାଗୃହ ଠାରେ ଗଞ୍ଜାମ ବ୍ଳକ ସ୍ତରୀୟ ଗୁରୁଦିବସ ପାଳିତ ହୋଇଯାଇଛି। ଗଂଜାମ ବ୍ଲକ ମିଳିତ ଶିକ୍ଷକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ ବିଦ୍ୟାର୍ଥିଙ୍କୁ ସୁନାଗରିକ ରୂପେ ଗଢିତୋଳିବା ସହ ସମାଜ ଗଠନ କରିବାରେ ଶିକ୍ଷକଙ୍କ ଭୂମିକା ଅତୁଳନୀୟ ବୋଲି କହିଥିଲେ। ସମ୍ମାନିୟଅତିଥି ରୂପେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ଶର୍ମିଷ୍ଠା ପ୍ରଧାନ , ପୁର୍ବତନ ବିଧାୟକ ଆଦିକନ୍ଧ ସେଠି, ଗଞ୍ଜାମ ବିଇଓ ଭାଗିରଥି ବେହେରା, ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ଗଞ୍ଜମ ଏନଏସି ଉପାଧ୍ୟାୟ ସୁରେନ୍ଦ୍ର କୁମାର ବାରିକ, ଗଂଜାମ ଜିଲ୍ଲା ଇକୋ କ୍ଳବ ସମ୍ପାଦକ ଡ଼. ଶଙ୍କର ନାରାୟଣ ବେଜ଼, ପୁର୍ବତନ ସମିତି ସଭ୍ୟ କୈଳାସ ଚନ୍ଦ୍ର ସ୍ବାଇଁ,ଯୋଗଦେଇଥିଲେ। ରାଜ୍ୟ ପ୍ରାଥମିକ ବିଦ୍ୟାଳୟ ସଂଘର କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ବେହେରା ସଭାପତିତ୍ବ ରେ ଏହି ଉତ୍ସଵ ରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଗଂଜାମ ବ୍ଲକ ସଭାପତି ଗଜେନ୍ଦ୍ର ମାଝୀ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଗଞ୍ଜାମ ବ୍ଲକ ପ୍ରଶାନ୍ତ କୁମାର ବେହେରା ସଂପାଦକ ଅଭିରାମ ବେହେରା, ମଞ୍ଚାସିନ ଥିଲେ। ଶିକ୍ଷକ ନିରଞ୍ଜନ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସଂଘ ଗଂଜାମ ବ୍ଲକ ସମ୍ପାଦକ ଲକ୍ଷଣ ନାହାକ, ଶିକ୍ଷକ ଦୁର୍ଗା ପ୍ରସାଦ ପଟ୍ଟନାୟକ, ଭବାନୀ ଶଙ୍କର ପଟ୍ଟନାୟକ, ଦାମୋଦର ପଣ୍ଡା, ମହେଶ୍ବର ବେହେରା, ସଞ୍ଜୟ ପଲେଇ, କୈଳାସ ମହାପାତ୍ର ସହଯୋଗ କରିଥିଲେ। ଏହି ଅବସରରେ ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟର ବିଦ୍ୟାର୍ଥିଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ଉତ୍ସବରେ ଗଞ୍ଜାମ ବ୍ଳକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ