ମୋହନା ବ୍ଲକର ଦୁତୀୟ ସମିତି ବୈଠକ ପାଣି ସମସ୍ୟା ପାଇଁ ହୋ ହାଲା

ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ଉପାନ୍ତ ଅଳରେ ରହୁଥିବା ମୋହନା ବ୍ଲକର ୩୯ଟି ପଂଚାୟତରେ ଲାଗି ରହିଛି ଅନେକ ଗୁଡ଼ିଏ ସମସ୍ୟା, ହେଲେ ମୂଖ୍ୟ ସମସ୍ୟା ହେଉଛି ରାସ୍ତା ଘାଟ ଓ ପାନୀୟ ଜଳ ଯୋଗାଣ, ଯାହାକୁ ନେଇ ପ୍ରତେକ ଦୀନ ସାଧାରଣ ଲୋକ ନାଇ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି, ହେଲେ ସମସ୍ୟା ସମାଧାନ କରିବାରେ ପ୍ରାସାନ ଅବହେଳା କରୁଥିବା ନେଇ ସମିତି ବୈଠକରେ ହୋ ହାଲା ଦେଖିବାକୁ ମିଳିଥିଲା, ମୋହନା ବ୍ଲକର ସ୍ଥାନୀୟ ପଂଚାୟତରେ ଅନେକ ଦିନ ହେଲା ଭୋଲ ପାଣି ଟୋପେପାଈ ପାରୁନାହାନ୍ତି ଲୋକେ, ଯାହାକୁ ନେଇ ମୋହନା କ୍ୱାଟର ସମିତି ସଭ୍ୟ ବାଳକୃଷ୍ଣ ମଲିକ ପ୍ରଶ୍ନ ଉଠାଇଥିଲେ, ମୋହନାରେ ବସୁଧା ଯୋଜନାରେ ନିର୍ମାଣ ହୋଇଥିବା ଟାଙ୍କି ଠାରୁ ଆରମ୍ଭ କରି ପାଇପ ବିଛା ଗଲା କିନ୍ତୁ ଲୋକଙ୍କୁ ପାଣି ଯୋଗାଇବା ପାଇଁ, ହେଲେ ମରାମତି ହେବାର କିଛି ଦିନ ପ୍ରତେକ୍ ସାହିକୁ ପାଣି ସପ୍ଲାଏ କରାଗଲା କିନ୍ତୁ ପୁଣି ବନ୍ଦ୍ କରି ଦିଆ ଗଲା, କାରଣ ପଚାରିଲେ ପାଇପ ଫାଟି ଯାଇଛି ଭଳି ଅନେକ ବାହାନାକରିବାରେ ଲାଗିଲା ପାନୀୟ ଜଳ ଯୋଗାଣ ବିଭାଗ, ଖାଲି ସେତିକି ନୁହେଁ କିଛି ଦିନ ଲୋକଙ୍କୁ ବୋର୍ ରୁ ବିସୁଧ ପାନୀୟ ଜଳ ଯୋଗାଣ କରାଗଲା, ବର୍ତ୍ତମାନ ବୋର୍ ରୁ ପାଣି ବାହାରେ ଟେଙ୍କରରେ ବିକ୍ର କରାଯାଉଛି, ଆଉ ଗ୍ରାମ ବାସୀଙ୍କୁ ନଦୀର ଗୋଳି ଆବର୍ଜନା ପାଣି ପିଇବାକୁ ଦିଆ ଯାଉଛି, ମୋହନା କଲ୍ୟାଣୀ ମଣ୍ଡପ ଠାରେ ଚାଲିଥିବା ଦୁତିୟ ସମିତି ବୈଠକରେ ଅଞ୍ଚଳ ବାସୀ ଉକ୍ତ ଗୋଳି ପାଣି ନେଇ ବୋଟଲରେ ବିଡ଼ିଓ ତପସ୍ପିନି ହାଁସଦା ଓ ଉପସ୍ଥିତ ଥିବା ତିନୋଟି ଜୋନର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ମଳିକ, ସୁନିଲ କୁମାର ବିଷୋଇ, ଅଧ୍ୟକ୍ଷା ରଞ୍ଜୀବ ଶବର, ବଲ୍ମିନା ଅଧିକାରୀ, ଅନ୍ୟ ଅଧିକାରୀ ଙ୍କ ଉପସ୍ଥିତ ରେ ଜଣାଇଥିଲେ ହେଲେ ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମିଳୀଚି ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଏଭଳି ରହିଛି ଯଦି ଏଭଳି ପାଣି ପିଇବା ପାଇଁ ଦିଆ ଯାଏ ତେବେ ନିଶ୍ଚୟ ଆଗମୀ ଦିନରେ ମୋହନା ରେ ଝାଡ଼ା ବାନ୍ତି ଆକ୍ରାନ୍ତ ହେବା ସହ ରୋଗ ବ୍ୟାପିବ, ଯାହାପାଇଁ ଦାହି ରହିବେ ଜନ୍ ପ୍ରତିନିଧି ଓ ସରକାରୀ ଅଧିକାରୀମାନେ ବୋଲି କହିଛନ୍ତି ଅଂଚଳ ବସି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ