ବାବା ବିନ୍ଦେଶ୍ୱର ଯୁବକ ସଂଘ ପକ୍ଷରୁ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମହାନାଦପୁର ଗ୍ରାମର ବାବା ବିନ୍ଦେଶ୍ୱର ଯୁବକ ସଂଘ ପକ୍ଷରୁ ଶନିବାର ଏକ ରକ୍ତଦାନ ଓ ବୃକ୍ଷରୋପଣ ଭଳି ଦୁଇଟି ମହତ୍ତ୍ୱ କାମ କରି ଅନ୍ୟ ଯୁବଗୋଷ୍ଠୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏହି ଯୁବକ ସଂଘ ପକ୍ଷରୁ ଆଜିର ରକ୍ତଦାନ ଶିବିରକୁ ମିଶାଇ ମୋଟ ୮ ଥର ଶିବିର ଆୟୋଜନ କରିଥିବା ଜଣାପଡିଛି । ଚଳିତ ବର୍ଷ ଗ୍ରାମରେ ଗଣେଶ ପୂଜା ଉପଲକ୍ଷେ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ହାତକୁ ନେଇଥିଲେ । ବାବା ବିନ୍ଦେଶ୍ୱର ଯୁବକ ସଂଘ ସଭାପତି ଚରଣ କୁମାର ବେହେରା ଓ ସରପଞ୍ଚ ରବୀନ୍ଦ୍ର ନାଥ ରାଉଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ୩୩ ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ୨୧ ନଂ ଜିଲ୍ଲା ପରିଷଦ ସଭ୍ୟା ଛବିତା ବେହେରା ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ । ଦିବ୍ୟଜୀବନ ସଂଘ ଦକ୍ଷିଣ ଓଡିଶା ସଭାପତି ବିପ୍ରଚରଣ ପାତ୍ର, ଆଇନଜୀବୀ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ, ନୃସିଂହନାଥ ମହାବିଦ୍ୟାଳୟର ପ୍ରିନ୍ସପାଲ ଦୁର୍ଗା ପ୍ରସନ୍ନ ସାହୁ, ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ, ପୋଟଲାମପୁର ପଞ୍ଚାୟତ ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତିସଭ୍ୟ ଶମ୍ଭୁନାଥ ସ୍ୱାଇଁ, ବିଜେଡି ନେତା ସୁରେଶ ଚନ୍ଦ୍ର ଦାଶ, କିଶୋର ବେହେରା, ସପନ ନାହକ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ବ୍ରହ୍ମପୁର ରକ୍ତଭଣ୍ଡାରର କର୍ମଚାରୀ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ଯୁବକ ସଂଘର ସଂପାଦକ ସ୍ୱାଧୀନ କୁମାର ବେହେରା, କୋଷାଧ୍ୟକ୍ଷ ଅନୀଲ କୁମାର କୈବର୍ତ୍ତ୍ୟଙ୍କ ବହୁ ସଦସ୍ୟ ଉପସ୍ଥିତ ରହି ରକ୍ତଦାନ ଶିବିରକୁ ସଫଳ କରାଇଥିଲେ । ସେହିପରି ଯୁବକ ସଂଘ ପକ୍ଷରୁ ନୃସିଂହନାଥ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ସମେତ ସମସ୍ତ ଅତିଥି ମାନେ ଗୋଟିଏ ଲେଖାଁଏ ଚାରା ରୋପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ