ଗଣେଶ ମୂର୍ତ୍ତି ବିସର୍ଜନ କରି ଫେରିବା ବେଳେ ଅଘଟଣ

ଗଞ୍ଜାମ, (ବିନୋଦପଲେଇ):ଗଣେଷ ମୂର୍ତ୍ତି ବିସର୍ଜନ କରିଫେରୁଥିବା ବେଳେ ଅଟୋ ଓଲଟି ସାତ ଜଣ ଆହାତ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ଜଣାପଡିଛି। ଘଟଣା ଘଟିଛି ଗଞ୍ଜାମ ବ୍ଲକ ବଟେଶ୍ୱର ମନ୍ଦିର ଯିବା ରାସ୍ତାରେ। ଖଲ୍ଲିକୋଟ ଥାନା ଅନ୍ତର୍ଗତ   ବିକ୍ରମପୁର ଗ୍ରାମର ପାଟଣା ସାହିର ଗଣେଷ ମୂର୍ତ୍ତି ବିସର୍ଜନ ପାଇଁ ଏକ ଡାଲା ଅଟୋ (ଓଡ଼ି 0୭ଏଏଲ ୨୦୧୪)ରେ ଗଞ୍ଜାମ ବ୍ଲକର ପାଳିବନ୍ଦ ପଞ୍ଚାୟତର ବଟେଶ୍ୱର ଶୈବପୀଠ ନିକଟ ସମୁଦ୍ର କୁ ଆସିଥିଲେ। ବିସର୍ଜନ ସାରି ଫେରୁଥିବା ସମୟରେ ଖଟିଆକୁଦା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵ ବିଲ ମଧ୍ୟରେ ଓଲଟି ପଡିଥିଲା l ଫଳରେ ଅଟୋରେ ବସିଥିବା ଆହତ ଗଣେଷ ଜେନା, ପାଣ୍ଡଵ ଦଳେଇ, କୃଷ୍ଣ ବାରିକ, ଅଶୋକ ପାହାନ, ଗୋପାଳ ପରିଡା, ଚନ୍ଦନ ବେହେରା, ଲିପୁନ ପାହାନ ,କାଳିଆ ସାହୁ ,ଗୋପାଳ ବାରିକ,ଅରୁଣ ପରିଡା, ଅଶୋକ ତରେଇଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଗଞ୍ଜାମ ସହର ସ୍ଥିତ ସରକାରୀ ମେଡ଼ିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ସେମାଙ୍କ ମଧ୍ୟରୁ ଗୋପାଳ ବାରୀକ,ଲିପୁନା ପାହାନ, ଅରୁଣ ପରିଡାଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡ଼ିକାଲ ପଠାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ