ପୋଲସରା ଅଞ୍ଚଳରେ ଶ୍ରମ ମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ

ପୋଲସରା, (ଅନିଲ କୁମାର ମହାରଣା):ଓଡିଶା ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପୋଲସରା ବ୍ଲକ ଓ ଏନଏସି ରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଜଣାପଡିଛି। ସେପ୍ଟେମ୍ବର ୯ ତାରିଖ ଦିନ ପୋଲସରା ବ୍ଲକର ସମିତି ସଭା ଗୃହରେ ଅନୁଷ୍ଠିତ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ। ପୋଲସରା ବ୍ଲକ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ, ସହକାରୀ ଯନ୍ତ୍ରୀ ପ୍ରମୁଖଙ୍କ ସମେତ ପଞ୍ଚାୟତ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ। ସେପ୍ଟେମ୍ବର ୧୦ ତାରିଖ ଦିନ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭରେ ୧୬ କୋଟି ୫୭ ଲକ୍ଷ ଟଙ୍କା ବ୍ୟୟରେ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗର ହାତୀଓଟ-ଢୁଙ୍କାପଡା-ଚଢ଼ିଆପଲ୍ଲୀ ରାସ୍ତାର ପ୍ରଶସ୍ତି କରଣ ଓ ଉନ୍ନତି କରଣ ପାଇଁ ସୋଡ଼କ ଠାରେ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେହିପରି ପୋଲସରା ଏନଏସି ର ୧୪ ନଂ ୱାର୍ଡ ଡିମ୍ବୀରିଆ ମୁଖ୍ୟ ସଡକ ନିକଟରେ ନିଖିଳ ଉତ୍କଳ ବାରିକ ସମାଜ ଗୃହର ଭୂମି ପୂଜନ କାର୍ଯ୍ୟ କରିଥିଲେ। କାର୍ଯ୍ୟକ୍ରମରେ ପୋଲସରା ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା ଓ ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା ସମେତ ଜନସାଧାରଣ ଉପସ୍ଥିତ ଥିଲେ। ଏଥିସହ ପୋଲସରା ବ୍ଲକର ବରଗାଁ ଗ୍ରାମରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ