ସନ୍ତୋଷ ବାବୁ ନଗର ବିଜୁ ଯୁବ ଜନତା ଦଳ ସଭାପତି

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ର ବିଜୁ ଯୁବ ଜନତା ଦଳର ସଭାପତି ଭାବେ ସନ୍ତୋଷ କୁମାର ବେହେରା ମନୋନୀତ ହୋଇଥିବା ଜଣାପଡିଛି। ଜଣେ ଜଣାଶୁଣା ଯୁବ ସଙ୍ଗଠନ ଭାବେ ସନ୍ତୋଷ ବେହେରା ପରିଚିତ ଥିବାବେଳେ ବର୍ତ୍ତମାନ ସେ ପୋଲସରା ଏନଏସି ର ଉପାଧ୍ୟକ୍ଷ ଅଛନ୍ତି। ନବୀନ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଦୃଢ଼ ସମର୍ଥକ ଅଟନ୍ତି। ସେ ନଗର ବିଜୁ ଯୁବ ଜନତା ଦଳ ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ପୋଲସରା ଏନଏସି ର ବିଜେଡି ସଙ୍ଗଠନ ସୁଦୃଢ ହୋଇପାରିବ ବୋଲି ଆଶା କରାଯାଉଛି। ସନ୍ତୋଷ ବାବୁ ଏହି ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ, ପୋଲସରା ବିଧାୟକ ତଥା ମାନ୍ୟବର ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ଓ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଙ୍କୁ କୃତଜ୍ଞତା ଜଣାଇଛନ୍ତି। ଯେଉଁ ବିଶ୍ୱାସ ରଖି ମୋତେ ଗୁରୁଦାୟିତ୍ୱ ଦେଇଛନ୍ତି ତାହା ମୁଁ ସୁଚାରୁଭାବେ ତୁଲାଇବା ପାଇଁ ଆନ୍ତରିକ ଉଦ୍ୟମ କରିବି ବୋଲି ନଗର ସଭାପତି ସନ୍ତୋଷ କୁମାର ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ