ଠାକୁରଙ୍କଠାରେ ଲାଗିହେଲା ସୁନାର ତୁଳସୀପତ୍ର
ଭଗବାନଙ୍କୁ ସନ୍ତୁଷ୍ଟ ଲୋକମାନେ ବିଭିନ୍ନ ପନ୍ଥା ଆପଣେଇଥାଆନ୍ତି । ଅନେକ ଲୋକ ମନ୍ଦିରରେ ଦାନ କରି ଶାନ୍ତି ମଧ୍ୟ ଲାଭ କରନ୍ତି । ନିଜ କ୍ଷମତା ଅନୁଯାୟୀ ଲୋକେ ବସ୍ତ୍ର, ଟଙ୍କା ଏବଂ ସୁନା ରୁପା ଅଳଙ୍କାର ଆକାରରେ ଦାନ କରିଥାନ୍ତି । ଆନ୍ଧ୍ର ପ୍ରଦେଶର ତିରୁପତି ମନ୍ଦିରରେ ଲୋକେ ସର୍ବାଧିକ ସୁନା ଗହଣା ଦାନ କରୁଥିବାବେଳେ ସିହ୍ମାଚଳମ୍ ସ୍ଥିତ ବରାହ ଲକ୍ଷ୍ମୀ ନରସିହ୍ମା ମନ୍ଦିର ମଧ୍ୟ ଦାନଧର୍ମ ପାଇଁ ପ୍ରସିଦ୍ଧ । ହେଲେ ଜଣେ ଶ୍ରଦ୍ଧାଳୁ ସୁନାରେ ନିର୍ମିତ ୫୦ଟି ତୁଳସୀପତ୍ର ଚଢ଼ାଇ ନିଜର ଭକ୍ତି ଅର୍ପଣ କରିବା ବିଷୟ ଏବେ ଚର୍ଚ୍ଚା ପରିସରକୁ ଆସିଛି । ସେ ୨୫ ଲକ୍ଷ ଟଙ୍କାରେ ଏହି ସୁନାର ତୁଳସୀପତ୍ର କରିଥିବା ଜଣାପଡ଼ିଛି । ପୂର୍ବରୁ ମଧ୍ୟ ସେ ଏହି ମନ୍ଦିରକୁ ଏକ ତାମ୍ରରେ ନିର୍ମିତ ଏକ ଗରୁଡ଼ ଯାନ ଦାନ କରିଛନ୍ତି । ଏହି ମନ୍ଦିର ବହୁ ପ୍ରସିଦ୍ଧ ହୋଇଥିବାବେଳେ ଭଗବାନ ବିଷ୍ଣୁ ଏଠାରେ ବରାହ ନରସିହ୍ମାଭାବେ ପୂଜା ପାଇଥାନ୍ତି ।


