ସୂର୍ଯ୍ୟ ମନ୍ଦିର ଭିତରୁ ବାଲି କାଢିବା ନେଇ ଆମିକସକ୍ୟୁରୀଙ୍କ ତଦାରଖ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଭିତରୁ ବାଲି କାଢିବା ନେଇ ଶୁକ୍ରବାର ଅପରାହ୍ନରେ ଆମିକସ କ୍ୟୁରୀ ତଦାରଖ କରିଛନ୍ତି। ୧୨୦ ବର୍ଷ ତଳୁ ବ୍ରିଟିସ ସରକାରଙ୍କ ତରଫରୁ ମନ୍ଦିର ମୁଖଶାଳା ଭିତରେ ବାଲି ଭର୍ତି କରା ଯାଇଛି। ଏବେ ସୂର୍ଯ୍ୟ ମନ୍ଦିର ସୁରକ୍ଷା ନେଇ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ବାଲି କାଢିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଶୁକ୍ରବାର ଅପରାହ୍ନରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ନିଯୁକ୍ତ ଆମିକସ କ୍ୟୁରି ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରି ତଦାରଖ କରିଥିଲେ। ବାଲି କାଢିବା ନେଇ ଆମିକସ କ୍ୟୁରି ନଗେନ୍ଦ୍ର କୁମାର ମହାନ୍ତି ସପକ୍ଷରେ ମତ ପ୍ରକାଶ କରିଛନ୍ତି। ବାଲି କାଢିବା ନେଇ ପ୍ରାଥମିକ ପ୍ରକ୍ରିୟା ଜାରି ରହିଛି। ପର୍ଯ୍ୟାୟ କ୍ରମେ ମନ୍ଦିରର ସ୍ଥିତି ଓ ସୁରକ୍ଷା ଉପରେ ନଜର ରଖି ବାଲି କାଢିବା ବ୍ୟବସ୍ଥା କରାଯିବ ବୋଲି ଆମିକସ କ୍ୟୁରି ନଗେନ୍ଦ୍ର କୁମାର ମହାନ୍ତି ମତବ୍ୟକ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥାର ଉପଦେଷ୍ଟା କମିଟି ମୁଖ୍ୟ ଡ଼କ୍ଟର ଏନ ସି ପାଲ୍, ସୂପରିଟେଡେଣ୍ଟ ଅରୁଣ ମଲ୍ଲିକ, ଅଧିକାରୀ ନିରୋଜ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ