ଖେଲାର ବଜାରରେ ପ୍ରତିଷ୍ଠା ହେବ ନୂତନ ଥାନା

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ରାଜ୍ୟ ସରକାର ନିମାପଡ଼ା ନିର୍ବାଚନ ମଣ୍ଡଳୀ ପ୍ରତି ବିଶେଷ ଦୃଷ୍ଟି ଦେଉ ଥିବାବେଳେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ବାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଜାରି ରହିଛି। ନିମାପଡ଼ା ବ୍ଲକ ର ପଶ୍ଚିମ ଅଞ୍ଚଳ ରେ ବିଭିନ୍ନ ପ୍ରକାରର ଅପରାଧିକ କାର୍ଯ୍ୟ ବଢ଼ୁଥିବାର ଅଭିଯୋଗ ହୋଇଆସୁଛି। ଏହାକୁ ଦୃଷ୍ଟିରେ ରଖି ଖେଲାର ଠାରେ ଏକ ନୂତନ ଥାନା ପ୍ରତିଷ୍ଠା ପାଇଁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରି ଏ ଦିଗରେ ଉଦ୍ୟମ ଆରମ୍ଭ ହୋଇଛି। ଉପ ମୁଖ୍ୟମନ୍ତ୍ରୀ ଏହି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ସୂଚନା ଅନୁଯାୟୀ , ନିମାପଡ଼ା – ପିପିଲି ମୁଖ୍ୟ ରାସ୍ତାର ଖେଲାର ବଜାର ଅବସ୍ଥିତ । ଆଇନଶୃଙ୍ଖଳା ପରିସ୍ଥିତିକୁ ଦେଖି ପୋଲିସ ପ୍ରଶାସନ ଖେଲାରରେ ଏକ ପୂର୍ଣାଙ୍ଗ ଥାନା ଖୋଲିବାକୁ ସରକାର ଉଦ୍ୟମ ଆରମ୍ଭ କରିଥିବା ନିମାପଡ଼ା ଏସ୍‌ଡ଼ିପିଓ ଜନାର୍ଦ୍ଦନ ପାଢ଼ୀ ସୂଚନା ଦେଇଛନ୍ତି। ନିର୍ବାଚନ ସମୟରେ ଖେଲାରବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହେବାକୁ ଯାଉଛି ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରକାଶ କରିଛନ୍ତି। ନିମାପଡ଼ା ଥାନା ଏବଂ ବଳଙ୍ଗା ଥାନାର କିଛି କିଛି ଅଞ୍ଚଳକୁ ନେଇ ସୀମା ନିର୍ଦ୍ଧାରଣ କରାଯାଇ ଖେଲାର ଥାନା ପ୍ରତିଷ୍ଠା ହେବ ବୋଲି ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ