ସେବା ପକ୍ଷକୁ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲା ସାଂଗଠନିକ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ଅପରାହ୍ନରେ ବାଲେଶ୍ଵର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ବ ରେ ଆୟୋଜିତ ବୈଠକରେ ପୁର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଉପସ୍ଥିତ ରହି ଅପେକ୍ଷିତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ ଦିନ ମାନଙ୍କରେ ହେବାକୁ ଥିବା କାର୍ଯ୍ୟକ୍ରମ ଯଥା ରକ୍ତଦାନ ଶିବିର, ସ୍ବାସ୍ଥ୍ୟ ଶିବିର, ସ୍ବଚ୍ଛତା ଅଭିଯାନ, ବୁଦ୍ଧିଜୀବୀ ସମ୍ମୀଳନୀ, ପ୍ରଦର୍ଶନୀ, ଇତ୍ୟାଦି ବିଷୟରେ ଅବଗତ କରାଇ ଥିଲେ, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଜିଲ୍ଲାରେ ଚାଲିଥିବା ସେବା ପକ୍ଷର ସମୀକ୍ଷା, ଆଗାମୀ ଯୋଜନା ଓ ସାଂଗଠନିକ ସଂରଚନା ଉପରେ ଉପରେ ଆଲୋଚନା ହୋଇଥିଲା। ସର୍ବଭାରତୀୟ ସଭାପତି ଜଗତ ପ୍ରସାଦ ନଡ୍ଡାଙ୍କ ଆଗାମୀ ଓଡ଼ିଶା ଗସ୍ତ ସମୟରେ ଜିଲ୍ଲାର ସାଂଗଠନିକ ପ୍ରଦର୍ଶନ ଓ ଯୋଜନା ଉପରେ ରୂପରେଖ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିଳଗିରି ବିଧାୟକ ସୁକାନ୍ତ ନାୟକ, ପୁର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୁର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ରାଜ୍ୟ କାର୍ଯ୍ଯ କାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ଶୋଭନା ମହାନ୍ତି, ରେମୁଣାର ପୁର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଈଶ୍ୱର ବେହେରା ଓ ସୁନୀଲ କର, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ସତ୍ୟଜିତ ମିଶ୍ର, କରୁଣାକର ପଣ୍ଡା, ପ୍ରଦୀପ ପଣ୍ଡା, ଚିତ୍ତରଞ୍ଜନ ପଣ୍ଡା, ରାଜେଶ ମହାପାତ୍ର, କମଳା ବିନ୍ଧାଣି, ରେଣୁ ବିଶ୍ବାଳ, ସମସ୍ତ ଜିଲ୍ଲା ପଦାଧିକାରୀ, ମଣ୍ଡଳ ସଭାପତି, ପ୍ରଭାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ