ସିଲ୍‌ଭର ଗାନ୍ଧୀ : ଯୁବ ସମାଜ ପାଇଁ ଏକ ନୂଆ ଉଦ୍ଦୀପନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସମାଜରେ ତଥା ଆଧୁନିକ ସହରରେ ଗାନ୍ଧୀଙ୍କ ବିଚାରଧାରା ଓ ଆଦର୍ଶକୁ ଜନମାନସରେ ପ୍ରଭାବିତ କରିବା ପାଇଁ ପ୍ରମୁଖ ଭୂମିକା ନିଭାଇଛନ୍ତି ସିଲ୍‌ଭର ଗାନ୍ଧୀ । ଏହା ସହିତ ତାଙ୍କ ଜୀବନୀକୁ ନେଇ ‘ସିଲଭର ଗାନ୍ଧୀ’ ନାମକ ଏକ ଚଳଚ୍ଚିତ୍ର ନିର୍ମିତ ହୋଇସାରିଛି । ‘ସିଲ୍‌ଭର ଗାନ୍ଧୀ’ ଚଳଚ୍ଚିତ୍ରଟି ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ବହୁ ପୁରସ୍କାର ଲାଭ କରିସାରିଛି ଏବଂ ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇଛି । ଚଳିତ ମାସରେ ସିଲ୍‌ଭର ଗାନ୍ଧୀଙ୍କ ଜୀବନୀକୁ ନେଇ ଆଉ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି । ଏଠାରେ ପ୍ରକାଶଥାଉକି, ମୋହନ ମହାପାତ୍ର ଓଡ଼ିଶାରେ ସିଲଭର ଗାନ୍ଧୀ ନାମରେ ପରିଚିତ । ବୟସ ତାଙ୍କର ୩୦ । ପୁରୀ ଜିଲ୍ଲା ପୁରୁଣା ତେଲେଙ୍ଗା ଗ୍ରାମରେ ତାଙ୍କର ଜନ୍ମ । ଦୀର୍ଘଦିନ ଧରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛଭାରତ ଅଭିଯାନ ବିଷୟରେ ସଚେତନତା କରି ଆସୁଛନ୍ତି । ଏହା ପୂର୍ବରୁ ସେ ୨୦୦୦ କିଲୋମିଟର ପଦଯାତ୍ରା କରି ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ସିଲ୍‌ଭର ଗାନ୍ଧୀଙ୍କ ଆଗାମୀ ଚଳଚ୍ଚିତ୍ର ସଫଳତା ହାସଲ କରିବ ବୋଲି ସେ ଆଶାପ୍ରକଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ