ଅତିରିକ୍ତ ସହକାରୀ ଦେବୋତ୍ତର କମିଶନରଙ୍କ ଶ୍ରୀବଳଦେବଜୀଉ ମନ୍ଦିର ପରିଦର୍ଶନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଓଡିଶା ପ୍ରସିଦ୍ଧ ତୁଳସୀକ୍ଷେତ୍ରର ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରେ ଆଜି ନୂତନ ଭାବେ ଯୋଗଦେଇଥିବା ଅତିରିକ୍ତ ସହକାରୀ ଦେବୋତ୍ତର କମିଶନର, କଟକ ସଞ୍ଜୟ କୁମାର ସତ୍ୟବ୍ରତ ଆଚାର୍ଯ୍ୟ ପହଞ୍ଚି ମନ୍ଦିର ପରିଦର୍ଶନ କରି ଶ୍ରୀଜୀଊଙ୍କୁ ଦର୍ଶନ କରଥିଲେ । ଏଥିସହ ସେ ମନ୍ଦିର ବେଢା, ବିବାହ ମଣ୍ଡପ ପରିସର, ସ୍ପିରିଚୁଆଲ ପାର୍କ ଓ ତତ୍ ସଂଲଗ୍ନ ହେରିଟେଜ କମ୍ପେ୍ଲକ୍ସ ଏବଂ ପୁଷ୍କରିଣୀ, ଝୁଲଣ ଘର, ଭଣ୍ଡାର ଘର, ମାର୍କେଟ କମ୍ପେ୍ଲକ୍ସ, ରଥଦାଣ୍ଡ ସଂଲଗ୍ନ ନିର୍ମାଣାଧିନ ଶ୍ରୀବଳଦେବଜୀଉ ଡାକଘର ଗୃହକୁ ବୁଲିଦେଖିବା ସହିତ ଦେବୋତ୍ତର କାର୍ଯ୍ୟାଳୟରେ ସଂସ୍ଥାର କ୍ୟାସବୁକ, ଭାଉଚର, ରସିଦ ବହି, ପ୍ରପଟି ରେଜିଷ୍ଟର, ଶ୍ରୀଜୀଉଙ୍କ ଭୂସମ୍ପତ୍ତି ତାଲିକା ଏବଂ ତିନି ବର୍ଷର ଆୟବ୍ୟୟର ବିବରଣୀ ଗୁଡିକର ତଦାରଖ କରିଥିଲେ । ଶ୍ରୀଜୀଉଙ୍କ ମନ୍ଦିରର ପାରିପାଶ୍ୱର୍ିକ ଉନ୍ନତ୍ତି କରଣ ସମ୍ପର୍କରେ ଟ୍ରଷ୍ଟବୋର୍ଡର ସଭ୍ୟ ଓ ନିର୍ବାହୀ ଅଧିକାରୀ ତାଙ୍କ ସହିତ ଆଲୋଚନା କରିଥିଲେ । ଅତିରିକ୍ତ ସହକାରୀ ଦେବୋତ୍ତର କମିଶନର ଶ୍ରୀ ଆଚାର୍ଯ୍ୟ ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ପରିଦର୍ଶନ ସମୟରେ ଦେବୋତ୍ତର ନିରୀକ୍ଷକ ଶକ୍ତିପ୍ରସନ୍ନ ନାୟକ, ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ପୂର୍ବତନ ଟ୍ରଷ୍ଟ ବୋର୍ଡ ସଭ୍ୟ ତଥା ପୂର୍ବତନ ନଗରପାଳ ଧିରେନ ସାହୁ, ଟ୍ରଷ୍ଟବୋର୍ଡ ସଭ୍ୟ ତଥା ବରିଷ୍ଠ ସେବାୟତ ବଳରାମ ସୁଆର, ରଞ୍ଜନ କୁମାର ପୃଷ୍ଟି, ମନ୍ଦିର ସୁପରଭାଇଜର ନୃସିଂହ ପତ୍ରୀଙ୍କ ସମେତ ସେବାୟତ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ