ନେହେରୁ ଯୁବକେନ୍ଦ୍ର ତରଫରୁ ଯୁବକ ସଂଘ ଉନ୍ନୟନ ଶିବିର ଅନୁଷ୍ଠିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଳା ନେହେରୁ ଯୁବ କେନ୍ଦ୍ର ତରଫରୁ ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁରସ୍ଥିତ ଏମ୍.ସି.ସି ଏକାଡ଼େମୀ ପରିସରରେ ଏକ ଯୁବକ ସଂଘ ଉନ୍ନୟନ ଶିବିର ଅନୁଷ୍ଠିତ ହୋଇଯାଇଛି I କ୍ଷତ୍ରିୟବରପୁର ଆଞ୍ଚଳିକ ମହାବିଦ୍ୟାଳୟ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ଵାଇଁ ଯୋଗ ଦେଇ ଯୁବକ ମାନେ ହିଁ ଦେଶ ଗଠନର ପ୍ରକୃତ ଶକ୍ତି ହୋଇଥିବା ବେଳେ ସେମାନେ ପରବର୍ତ୍ତୀ ପିଢିପାଇଁ ଆଦର୍ଶ ହେବା ଉଚିତ୍ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ I ସେହିପରି ଅନ୍ୟତମ ଅତିଥି ରୂପେ ବିଶିଷ୍ଟ ସମାଜସେବୀ ତଥା ଶାସନ ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଗୌରହରି ସ୍ୱାଇଁ ଯୋଗ ଦେଇ ନେହେରୁ ଯୁବକେନ୍ଦ୍ର ମାଧ୍ୟମରେ ଯୁବକ ଯୁବତୀ ମାନେ ସମାଜ ସେବାରେ ସାମିଲ୍ ହେବା ସହ ସାମାଜିକ ସମସ୍ୟା ଗୁଡ଼ିକୁ ଦୂର କରିପାରିବେ ବୋଲି ପ୍ରକାଶ କରିଥିଲେ I ଏହି ଅବସରରେ ନେହେରୁ ଯୁବ କେନ୍ଦ୍ରର ବେଲଗୁଣ୍ଠା ବ୍ଳକ୍ ସଂଯୋଜିକା ପୁଷ୍ପାଞ୍ଜଳି ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ I ଏଥିରେ ଅଞ୍ଚଳର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନେହେରୁ ଯୁବ କେନ୍ଦ୍ରର ପରିସର ଏବଂ ଦାୟିତ୍ୱ ସମ୍ପର୍କରେ ବୁଝିଥିଲେ I ସଂଯୋଜିକା ପୁଷ୍ପାଞ୍ଜଳି ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ