କେନ୍ଦ୍ରୀୟ ଅଧିକାରୀଙ୍କ ସାନଖେମୁଣ୍ଡି ବ୍ଲକ ଗ୍ରସ୍ତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):କେନ୍ଦ୍ର ସରକାରଙ୍କ ଅନୁଦାନ ଅର୍ଥ ରେ କାର୍ଯ୍ୟକାରି ହେଉଥିବା ଜନହିତ କର ଯୋଜନା ସଫଳ ରୁପାୟନ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଆଦିର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନ ଏବଂପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଅନୁଧ୍ୟାନ ପାଇଁ ଆଜି ସୋମବାର ପୂର୍ବାହ୍ନରେ ସାନଖେମୁଣ୍ଡି ବ୍ଲକ ଗ୍ରସ୍ତ ରେ ଆସିଛନ୍ତି ଦୁଇ କେନ୍ଦ୍ରୀୟ ପ୍ରତିନିଧି ଦଳ। କର୍ପୋରେଟ କାର୍ଯ୍ଯ ମନ୍ତ୍ରାଳୟର ନିର୍ଦ୍ଦେଶକ ସଞ୍ଜୟ ଜୈନ ଓ କେନ୍ଦ୍ରୀୟ ଭୂମି ଜଳ ବୋର୍ଡର ବୈଜ୍ଞାନିକ ଅଙ୍କିତ ଶର୍ମା ସାନଖେମୁଣ୍ଡି ବ୍ଲକ ର ଚୁଡ଼ଙ୍ଗପୂର୍ ପଞ୍ଚାୟତରେ କାର୍ଯ୍ୟକାରି ହୋଇଥିବା ଆଦର୍ଶ ପୋଖରୀ ପରିଦର୍ଶନ କରିଥିଲେ। ଉନ୍ନତ ମାନର କାର୍ଯ୍ୟ ଶୈଳୀ ଦେଖି ସାନଖେମୁଣ୍ଡି ବ୍ଲକ ବି, ଡି,ଓ, ଗାୟତ୍ରୀ ଦତ୍ତ ନାୟକ ଙ୍କୁ ପ୍ରକଳ୍ପ କାର୍ଯ୍ଯ କାରିତା ବ୍ୟୟ ଅଟକଳ ସମ୍ପର୍କ ରେ ପଚାରି ବୁଝିଥିଲେ। ଏନେଇ ଶ୍ରୀ ନାୟକ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିବା ବେଳେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସନ୍ଦିପ କୁମାର ବେହେରା, ଏ,ପି,ଓ, ଅରୁଣ କୁମାର ସ୍ବାଇଁ, ସହକାରୀ ଯନ୍ତ୍ରୀ ଦୀପକ କୁମାର ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ବେହେରା, ବିଦ୍ୟୁତ ପ୍ରଭା ରଥ, ଶିବାନୀ ପାତ୍ର, ଉପସ୍ଥିତି ଥିଲେ। ସେଠାରୁ ବ୍ଲକ ର ଛଣମେରି ପଞ୍ଚାୟତ ଗ୍ରସ୍ତ କରି ଗ୍ରାମୀଣ ପାର୍କ, ମୋଡ଼ାଲ ଟ୍ୟାଙ୍କ କପିଳେଶ୍ୱର ମନ୍ଦିର ପରିସର ମଧ୍ୟରେ କରାଯାଇଥିବା ମନଲୋଭା ଦୃଶ୍ୟ ପ୍ରତିନିଧି ଦଳ ଖୁସି ବ୍ୟକ୍ତ କରିଥିଲେ। କେନ୍ଦ୍ର ସରକାରଙ୍କ ଅନୁଦାନ ଅର୍ଥ ମନରେଗା ଯୋଜନା ରେ କାର୍ଯ୍ୟକାରି ହୋଇଥିବା ଡ୍ରେନ ତିନିଶହ ହେକ୍ଟର ଚାଷ ଜମିକୁ ପାଣି ଯୋଗାଉଥିବା କାର୍ଯ୍ୟ ଦେଖି ବହୁତ ଆଚ୍ଛା ହୁଆ ବୋଲି ମତପ୍ରକାଶ କରିଥିଲେ। ସୀଙ୍ଗିପୁର ପଞ୍ଚାୟତ ରେ ଚାଷୀଙ୍କ ଜମିରେ ଡଗ ୱେଲ୍ ( କୂଅ) ଏବଂ ଟି ଗୋବିନ୍ଦପୁର ପଞ୍ଚାୟତ ରେ କାର୍ଯ୍ୟକାରି ହୋଇଥିବା ଆଦର୍ଶ ପୋଖରୀ, ଆଦର୍ଶ ଗାଈଗୁହାଳ( କୂଅ) ଡଗ ୱେଲ ପରିଦର୍ଶନ କରିଥିଲେ। କେନ୍ଦ୍ରୀୟ ପ୍ରତିନିଧି ଦଳ ଗ୍ରସ୍ତବେଳେ ଗୋଷ୍ଠି ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କ ବିଷୟରେ ବିସ୍ତୃତ ଭାବେ ଅବଗତ କରାଇଥିଲେ। ଜି, ଆର,ଏସ, ଅମିତ ସାହୁ , ନିରଞ୍ଜନ ଦୋରା,ଦୀନବନ୍ଧୁ ରାଉତ,ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପ୍ରଧାନ, ସରପଞ୍ଚ ଜାଗିଲି ସେଠୀ,ସରପଞ୍ଚ ପ୍ରତିନିଧି ଚନ୍ଦ୍ରଶେଖର ମହାପାତ୍ର, ବିଭିନ୍ନ ପଞ୍ଚାୟତ ସରପଞ୍ଚ ଉପସ୍ଥିତ ଥିଲେ।