ଭରତପୁର ଗଣ୍ଡାଧର ମଠରେ ଅନନ୍ତବାବାଙ୍କ ତିରୋଧାନ ଉତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ପ୍ରସିଦ୍ଧି ଲାଭ କରିଥିବା ଗଣ୍ଡାଧରବାବାଙ୍କ ମଠ ତଥା ଅନନ୍ତ କଳ୍ପତରୁ ଆଶ୍ରମରେ ମହାପୁରୁଷ ଅନନ୍ତବାବାଙ୍କ ୫୪ତମ ତିରୋଧାନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ପ୍ରାୟୋଜିତ ଏକ ସ୍ୱତନ୍ତ୍ର ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ପରିଚାଳନା ଓ ସଂଯୋଜନାରେ ରାଜ୍ୟର ପ୍ରତିଷ୍ଠିତ କଣ୍ଠଶିଳ୍ପୀମାନେ ଯୋଗଦେଇ ଜଗନ୍ନାଥଙ୍କ ପାରମ୍ପରିକ ଭଜନ ସହିତ ଅନନ୍ତବାବାଙ୍କ ସ୍ୱରଚିତ ଭଜନ ଗୁଡିକ ଗାୟନ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭରତପୁର ବାଗଦେବୀ କଳାମନ୍ଦିରର ସମ୍ପାଦିକା ସୁଶ୍ରୀ ପୂର୍ଣ୍ଣୀମା ଦାଶ, ଚିନ୍ମୟୀ ସାହୁ, ବିଥିକା ମହାନ୍ତି, ଅର୍ପୀତା ବେହୁରା, ରାଜେଶ ଆଚାର୍ଯ୍ୟ, ବିକ୍ରମ କେଶରୀ ମହାନ୍ତି, ହିମାଂଶୁ ଶେଖର ପଣ୍ଡା, ବୋନସ ଦାସ, ହରିହର ମଲିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ମଠାଧିଶ ବାବାଜୀ ଗଣ୍ଡାଧର ଦାସଙ୍କ ସମେତ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଶାରଦା ପ୍ରସାଦ ରାଉତ, ଶରତ ଚନ୍ଦ୍ର ବାରିକ, ସୁବୋଧ କୁମାର ଦାସ, ରବିନ୍ଦ୍ର ମଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ