କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ-୨୦୨୨ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବାଲିଯାତ୍ରା ମହୋତ୍ସବ କମିଟି ପକ୍ଷରୁ ସ୍ଥାନୀୟ ବାଲିଯାତ୍ରା ପଡିଆ ନୂଆବସଷ୍ଟାଣ୍ଡ ସନ୍ନିକଟ ଗୋବରୀ ନଦୀ ପଠା ପରିସରରେ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ-୨୦୨୨ ପାଳନ ଉପଲକ୍ଷେ ରବିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବ ଆସନ୍ତା ନଭେମ୍ବରମାସ ୮ତାରିଖରେ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ବାଲିଯାତ୍ରା ମହୋତ୍ସବ ସମ୍ପର୍କରେ ଏହି ପ୍ରସ୍ତୁତି ବୈଠକରେ ବିଷଦ ଭାବେ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯାଇଥିଲା । କମିଟି ସଂପାଦକ ସଂଜୟ କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଉପସଭାପତି ଧିରେନ୍ଦ୍ର କୁମାର ଦାସ ବିଗତ ୨୦୧୯ ବାଲିଯାତ୍ରା ମହୋତ୍ସବର ଆୟ ବ୍ୟୟର ହିସାବ ଉପସ୍ଥାପନ କରିଥିଲେ । ଏହି ଅବସରରେ ସଭାପତି ପ୍ରଦୀପ ଦାଶ, ଆଇନଜୀବୀ ରମଣୀ ରଞ୍ଜନ ରାଉତରାୟ , କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ, ଉପଦେଷ୍ଟା ଶ୍ରୀଧର କୁମାର ମହାନ୍ତି, ଅକ୍ଷୟ ପ୍ରିୟ ଦାସ, ସତ୍ୟବ୍ରତ ସିଂ, ମହେଶ ପାଢି, କରୁଣାକର ସାହୁ, ଲୋହିତ କୁମାର ମହାନ୍ତି, ତ୍ରିଲୋଚନ ଦାସ, କରୁଣାକର ଦାଶ, ନିରଞ୍ଜନ ମେକାପ, କିଶୋର ଚନ୍ଦ୍ର ପ୍ରଧାନ, ଶୁଭାଂଶୁ ଦାସ, ସୁବାଷ ମିଶ୍ର, ବ୍ରଜ ସୁନ୍ଦର ରାଉତ, ଟୁଟୁ ଗେରୁ, ମୃତ୍ୟୁଞ୍ଜୟ ସାହୁ, ପ୍ରତାପ ନାରାୟଣ ମହାପାତ୍ର, ଲକ୍ଷ୍ମୀକାନ୍ତ ନାୟକ, ଅଶୋକ କୁମାର ସାହୁ, ପ୍ରଫୁଲ୍ଲ ସାହୁ, ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା , ଦେବେନ୍ଦ୍ର ଦଳାଇ, ଜିତେନ୍ଦ୍ର ଗେରୁ, କ୍ଷୀରୋଦ କୁମାର ଦାସ, ଆରିଫ ଖାନ, ସୋନି ଖାନ, ମଥୁରା ବେହେରା, ଦୁର୍ଯ୍ୟୋଧନ ବେହେରା, ସତ୍ୟପ୍ରିୟ ଦାସ, ମସିଦ ଖାନ, ଚିନ୍ମୟ ଗେରୁ, ଭାଗିରଥୀ ଦାସ, ପଞ୍ଚାନନ ଦାସ, ସେକ ସୈାକତ ଖାନ, ଲୋକନାଥ ବାରିକ, କୈଳାସ ଚନ୍ଦ୍ର ଗେରୁ, ଦୁର୍ଯ୍ୟୋଧନ ଗେରୁ, ଅନାଦି ସେଠୀ, ବିବେକାନନ୍ଦ ସାହୁ, ସଞ୍ଜୟ କୁମାର ଦାସ, ଦୀପକ ପ୍ରଧାନ, ଦେବେନ୍ଦ୍ର କୁମାର ନାୟକ, ଭାବନ ସାହୁ, ରାମଚନ୍ଦ୍ର ବାରିକ, କେଶବ ବାରିକ, ରମେଶ ସାହୁ, ବାସୁଦେବ ବେହେରା, ଅଲେଖ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପିତବାସ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ