ବିଦ୍ୟୁତଲତାଙ୍କୁ ଶ୍ରଦ୍ଧାଞ୍ଜଳି ଓ ଭିନ୍ନକ୍ଷମଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡିପାଳ ଗ୍ରାମର ବିଶିଷ୍ଟ ପରୋପକାରୀ ଧର୍ମପରାୟଣ ମହିଳା ତଥା ପ୍ରାକ୍ତନ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ବିଶ୍ୱାଳଙ୍କ ଧର୍ମପତ୍ନୀ ଦିବଗଂତ ବିଦ୍ୟୁତଲତା ବିଶ୍ୱାଳଙ୍କୁ ତାଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ଡଃ. ଦେବ ପ୍ରସାଦ ସାମଲଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଅଧ୍ୟାପକ ତପନ କୁମାର ପତି, ଶିକ୍ଷକନେତା ବୃନ୍ଦାବନ ସାମଲ, ଜିଲ୍ଲା ପରିଷଦ ସଭ୍ୟା ପ୍ରିୟଦର୍ଶିନୀ ତରାଇ, ସତୀର୍ଥ ସାହିତ୍ୟାନୁଷ୍ଠାନର ସଭାପତି ଅମର ପ୍ରସାଦ ରାଉତ, ପଟ୍ଟାମୁଣ୍ଡାଇ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଦେବବ୍ରତ ପ୍ରଧାନ, ବ୍ରାହ୍ମଣୀ କଲେଜ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ଜେନା, ଶିକ୍ଷାବିତ ରାଜକୁମାର ବିଶ୍ୱାଳ, ପାର୍ଥସାରଥି ଦାଶ, ଉଲ୍ଲାସ ମଲିକ, ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକ, ନରେନ୍ଦ୍ର ଧଳ, ପ୍ରାକ୍ତନ ସରପଞ୍ଚ କୁଳମଣୀ ମଲିକ, କବି ନୃସିଂହ ରାଉତ, ପ୍ରାକ୍ତନ ସରପଞ୍ଚ ଅଜୟ ବିଶ୍ୱାଳ, ଡଃ. ଶତୃଘ୍ନ ନାଥ, ମର୍ଦ୍ଦରାଜ ବିଶ୍ୱାଳ, ପ୍ରଫୁଲ୍ଲ ନାୟକ, ସୁଧାଂଶୁ ଦାସ, ଗୋପାଳ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଶ୍ରଦ୍ଧା ନିବେଦନ କରିଥିଲେ । ଏହି ଅବସରରେ ୧୦ଟି ଗ୍ରାମପଞ୍ଚାୟତର ୩୫ଜଣ ଭିନ୍ନକ୍ଷମଙ୍କୁ ଆର୍ଥିକ ସହାୟତା, ଉପଢୈାକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଦିବଗଂତ ବିଶ୍ୱାଳଙ୍କ ସ୍ମୃତିରେ ପ୍ରତ୍ୟେହ ଭାଗବତ ପାରାୟଣ, ଭଜନ ଓ ଜଣାଣ କାର୍ଯ୍ୟକ୍ରମ ସପ୍ତାହ ବ୍ୟାପି ଆୟୋଜନ କରାଯାଇଥିଲା । ଶେଷରେ ଡଃ. ଅଖିଳ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୁଶିଲ କୁମାର ବିଶ୍ୱାଳ, ସୁନିଲ ବିଶ୍ୱାଳ, ଦିଲ୍ଲିପ ବିଶ୍ୱାଳ, ସୁବ୍ରତ ବିଶ୍ୱାଳ, ଶୁଭାଶିଷ ବିଶ୍ୱାଳ, ଦେବାଶିଷ ବିଶ୍ୱାଳ, କ୍ଷୀରାଦ୍ଧି ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ