କନ୍ଧମାଳ ଜିଲ୍ଲାପାଳଙ୍କ ଗସ୍ତ; ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରାଇକିଆ ବ୍ଲକ ଅନ୍ତର୍ଗତ ମାଓ ଇଲାକା ଭାବେ ପରିଚିତ କରଡ଼ା, ଇନ୍ଦ୍ରଗଡ ଆଦି ଦୁର୍ଗମ ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା କରିବା ସହ ଲୋକେ ଏହାର ସୁଫଳ ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ l ବିଶେଷ କରି ଦୁର୍ଗମଞ୍ଚଳରେ ଗରିବ ଲୋକେ କିଭଳି ସ୍ୱାସ୍ଥ୍ୟ ସେବା ପାଉଛନ୍ତି ଇନ୍ଦ୍ରଗଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇ ପଚାରି ବୁଝିଥିଲେ l ସେହିପରି ଗରିବ ଲୋକେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଉଛନ୍ତି ନା ନାହିଁ ଲୋକଙ୍କୁ ପଚାରି ବୁଝିଥିଲେ l ସେହିପରି ଶିକ୍ଷା ବ୍ୟବସ୍ଥା, ରାସ୍ତା କାମ, ଅଙ୍ଗନବାଡି କେନ୍ଦ୍ର, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଓ ସ୍ଵଚ୍ଛ ପାନୀୟ ଜଳ ସମ୍ପର୍କରେ ତଦାରଖ କରିବା ସହ ଅଞ୍ଚଳବାସୀଙ୍କୁ ପଚାରି ବୁଝିଥିଲେ l ଲୋକେ ନୂତନ ଜିଲ୍ଲାପାଳଙ୍କୁ ପାଖରେ ପାଇ ବେଶ ଖୁସି ଅନୁଭବ କରିଥିଲେ l ଜିଲ୍ଲାପାଳ ହେବତ ଏମିତି ବୋଲି ମଧ୍ୟ କହୁଥିବା ଶୁଣିବାକୁ ମିଳିଥିଲା l ଜିଲ୍ଲାପାଳ ପାଟିଲଙ୍କ ସହ ବିଡ଼ିଓ ଶରତ ଚନ୍ଦ୍ର ପାତ୍ର ଓ ଅନ୍ୟାନ୍ୟ ଅଧିକାରୀ ମନେ ଉପସ୍ଥିତ ଥିଲେ l ବିଡ଼ିଓ ପାତ୍ର ଦାଇତ୍ୱ ଗ୍ରହଣ କରିବାର କମ ଦିନ ମଧ୍ୟରେ ନିଜର ଆନ୍ତରିକତା, ନିଷ୍ଠାପର ଉଦ୍ୟମ, ଦାଇତ୍ୱ ବୋଧ, କାର୍ଯ୍ୟ ଦକ୍ଷତା ଯୋଗୁଁ ବେଶ କିଛି ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇ ପ୍ରଶଂସା ସାଉଣ୍ଟି ପାରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ