ଇନ୍ଦୁପୁର-ଛୋଟୀ ତଳ କେନାଲ ବନ୍ଧ ରାସ୍ତା ଦୁରାବସ୍ଥା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜଗତପୁର-ପଟ୍ଟାମୁଣ୍ଡାଇ ତଳ କେନାଲ ବନ୍ଧର ଇନ୍ଦୁପୁରଠାରୁ ଛୋଟୀ ପର୍ଯ୍ୟନ୍ତ ପ୍ରାୟ ୪କି.ମି. ରାସ୍ତାର ଅବସ୍ଥା ଖାଲଖମା ଯୋଗୁଁ ଅତି ଶୋଚନୀୟ ହୋଇପଡିଛି । କେନାଲ ବନ୍ଧରୁ ମୋରମ ଉଠିଯାଇଥିବାରୁ ଲୋକମାନେ କାଦୁଅରେ ପଶି ଯିବା ଆସିବା କରୁଛନ୍ତି । ଇନ୍ଦୁପୁର, ଚରପଡା, ପଲ୍ଲୀପାଟଣା ଏବଂ ଛୋଟୀ ଗ୍ରାମର ଅଧିବାସୀମାନେ ବାହାରକୁ ଆସିବା ପାଇଁ ଏହି ବନ୍ଧ ରାସ୍ତା ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି । ବର୍ଷା ଯୋଗୁ ଏହି ବନ୍ଧ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ବର୍ଷାଋତୁ ପରେ ଏହି ୪କି.ମି. ରାସ୍ତାକୁ ନବୀକରଣ ପାଇଁ ଏହି ୪ଟି ଗ୍ରାମର ଅଧିବାସୀମାନେ ଜଳସମ୍ପଦ ଡିଭିଜନ, କେନ୍ଦ୍ରାପଡାର ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ