ଅବକାରୀ ବିଭାଗ ପକ୍ଷରୁ ଚଢାଉ: ୪୪ଗ୍ରାମ ବ୍ରାଉନସୁଗାର ଜବତ ଓ ୨ଗିରଫ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷକଙ୍କ ନିର୍ଦେଶକ୍ରମେ କେନ୍ଦ୍ରାପଡା ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ପାରାଦୀପ- ଦୈତାରୀ ୫ନମ୍ବର(କ) ଜାତୀୟ ରାଜପଥର ଛଗରିଆ ଛକରେ ଚଢାଉକରି ୨ଜଣ ଚୋରା ବେପାରୀଙ୍କ ଠାରୁ ୪୪ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିବା ସହ ସେହି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ସେହି ଅଭିଯୁକ୍ତ ଚୋରାବେପାରୀ ମାର୍ଶାଘାଇ ଥାନା ଅନ୍ତର୍ଗତ ଘୋଡାବନ୍ଧ ଗ୍ରାମର ସ୍ୱର୍ଗତ ପ୍ରମୋଦ ଖଟୁଆଙ୍କ ପୁଅ ଧର୍ମେନ୍ଦ୍ର ଖଟୁଆ(୩୩)ଙ୍କ ଠାରୁ ୨୭ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିବା ବେଳେ ସେହି ଗ୍ରାମର ଯଦୁମଣୀ ଓଝାଙ୍କ ପୁଅ ସୁମନ ଓଝା(୩୬)ଙ୍କ ଠାରୁ ୧୭ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିବା କେନ୍ଦ୍ରାପଡା ଅବକାରୀ ବିଭାଉଗ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ