ଚମାଖଣ୍ଡି ପଂଚାୟତରେ ମାଗଣା ସ୍ୱାସ୍ଥ୍ୟ ଶିବିର

ଛତ୍ରପୁର, (ଦେବଦତ୍ତ ମହାରଣା):ଚମାଖଣ୍ଡି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ସରପଂଚ ସି. ଏଚ. ମନୋଜ କୁମାର ରେଡ୍ଡୀଙ୍କ ନେତୃତ୍ୱରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଆଇଆରଇଏଲ କମ୍ପାନୀ ସହଯୋଗ କରିଛନ୍ତି । ଅନୁଷ୍ଠିତ ଶିବିରରେ ପଂଚାୟତରେ ୨୦୦ ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଉପସ୍ଥିତ ଥିବା ଡାକ୍ତର ମାନେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ମାଗଣାରେ ମେଡିସିନ ବଣ୍ଟନ କରାଯାଇଛି । ଏହି ଅବସରରେ ପଂଚାୟତର ସମିତିସଭ୍ୟ ଏନ୍‌. ଚନ୍ଦ୍ରେୟା ରେଡ୍ଡୀ, ନାଏବ ସରପଂଚ ଆର୍‌. ନିରୂପମା ରେଡ୍ଡୀ, ପୂର୍ବତନ ବିଧାୟକ ଏନ୍‌. ନାରାୟଣ ରେଡ୍ଡୀ, ବିଜୁ ଶ୍ରମିକ ସାମ୍ମୁଖ୍ୟର ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ, ଶ୍ରୀରାମଚନ୍ଦ୍ରପୁର ସରପଂଚ ଏସ୍‌. ସଞ୍ଜୀବ ରେଡ୍ଡୀ, ଯୁବ ନେତା ଆର୍‌.ସନ୍ତୋଷ ରେଡ୍ଡୀ ଓ ବି. ଚନ୍ଦ୍ରମଣି ପାତ୍ର, ସିପିଆଇ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ, ଚମାଖଣ୍ଡି ଜୋନାଲ ସମ୍ପାଦକ ସି. ଏଚ୍‌. ଜନାର୍ଦନ ରେଡ୍ଡୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଲୋକ ମାନଙ୍କୁ ଉତ୍ତମ ଚିକିତ୍ସା କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ