କର୍କଟ ପିଡ଼ିତଙ୍କୁ ସହାୟତା ଯୋଗାଇଲା କଳ୍ପନା ଛକଟୋକା ସଙ୍ଘ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସମାଜରେ ସାମାଜିକ ବିପ୍ଳବ ସୃଷ୍ଟି କରିବାରେ କଳ୍ପନା ଛକଟୋକା ସଙ୍ଘ ଏକ ସ୍ଥାନ ସୃଷ୍ଟି କରି ପାରିଛି । ରାଜଧାନୀର ରାସ୍ତା କଡରେ ସମାଜମଙ୍ଗଳ ହୁଣ୍ଡି ପ୍ରତିଷ୍ଠା କରି ଅସହାୟ କର୍କଟ ରୋଗରେ ପୀଡିତ ଓ ପିଡ଼ିତା ଙ୍କ ମୁହଁରେ ଟିକେ ହସ ଫୁଟାଇବାରେ ସକ୍ଷମ ହୋଇପାରିଛି । ପାଞ୍ଚବର୍ଷ ପୂର୍ବରୁ ଯୁବକମାନଙ୍କ ଠାରୁ ହୁଣ୍ଡି ମାଧ୍ୟମରେ ଆଦାୟ ଅର୍ଥରାଶି କୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୨ ଜଣ ମାରାତ୍ମକ କର୍କଟ ରୋଗୀଙ୍କୁ ନିଃସ୍ୱାର୍ଥପର ଭାବେ ତାର ସେବା ଜାରି ରଖିଛି । ରାଜଧାନୀ ର ବିଭିନ୍ନ ଖଟି ନିଶାମୁକ୍ତ ହିଂସାମୁକ୍ତ ହେବା ସହ ସମାଜସେବାକୁ ଗୁରୁତ୍ୱ ଦେଇ ଭାଇଚାରା ବଜାଇ ରଖିବା ସଂଘର ଲକ୍ଷ ଓ ଉଦ୍ଧେଶ୍ୱ ।ଏହାକୁ ଆଖିଆଗରେ ରଖି ଆଜି କଳ୍ପନା ଛକଟୋକା ସଂଘର ୨୩ ତମ ସମାଜମଙ୍ଗଳ ହୁଣ୍ଡିଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମାଜମଙ୍ଗଳ ହୁଣ୍ଡିର ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ଓଝାଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଯୋଗଦେଇ ସମାଜମଙ୍ଗଳ ହୁଣ୍ଡିର ମହାନ କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ । ହୁଣ୍ଡିରୁ ଆଦାୟ ମୋଟ ତିରିଶ ହଜାର ପାଞ୍ଚଶହ ଏକ ଟଙ୍କା ଅର୍ଥରାଶି ବ୍ରହ୍ମସ୍ୱେର ପୁର ଡେଲାଙ୍ଗ ପିପିଲି ଅଞ୍ଚଳର କର୍କଟ ପୀଡିତ ସତ୍ୟପ୍ରିୟ ନାୟକ ଙ୍କୁ ଅତିଥିମାନଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା । ସମ୍ମାନିତ ଅତିଥିଭାବେ ଏସିପି ବିଷ୍ଣୁ ପ୍ରସାଦ ପାତ୍ର , କର୍ପୋରେଟର ଆଶିଷ ପଟ୍ଟନାୟକ , ସମାଜସେବୀ ଆଦିତ୍ୟ ଗଜେନ୍ଦ୍ର , ଯୁବନେତା ସଂଗ୍ରାମ ମାର୍ଥା , ପ୍ରଯୋଜକ ଶ୍ରୀଧର ମାର୍ଥା , ସମାଜସେବୀ ତଥା କବୟିତ୍ରୀ ବନ୍ଦନା ହରିଚନ୍ଦନ, ସ୍ତମ୍ଭକାର ସୃଷ୍ଟିକୀର୍ତ୍ତି ତ୍ରିପାଠୀ , ସମାଜସେବୀ ମନସ୍ମିତା ଜେନା , ସମାଜସେବୀ ସସ୍ମିତା ଦାସ , ସମାଜସେବୀ ଲିପିକା ରାୟ , ନାଟ୍ୟ ପ୍ରାଧ୍ୟାପକ ଡ଼ା ଅସିତ ଦାସ , ନିର୍ଦେଶକ ଶିବ ଶଙ୍କର ତ୍ରିପାଠୀ , ଅଭିନେତା ବୁଲୁ ପଣ୍ଡା , ଯାତ୍ରା ନାୟକ ହୃଷିକେଶ ମିଶ୍ର , ପ୍ରମୁଖ ଯୋଗଦେଇଥିଲେ । ସଂଘର ସଭାପତି ଧରେନ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଉପସଭାପତି ପବିତ୍ର ଗଜେନ୍ଦ୍ର , ରୋହିତ କୁମାର , ସଞ୍ଜୟ ପରିଡା , ପ୍ରମୋଦ କୁମାର ପତି , ଗୁରୁପଦ ନାଥ , ବାସୁଭଦାସ , ତନ୍ମୟ ସାମନ୍ତରାୟ , ବାବୁଲା ପରିଡା , ସ୍ନିଗ୍ଧା ମହାନ୍ତି , ରୂପଶ୍ରୀ ସାହୁ , ବର୍ଷା ଦାସ ଇମନ ମହାନ୍ତି , ଜ୍ୟୋତିର୍ମୟୀ ପଣ୍ଡା , ନିରଞ୍ଜନ ସାହୁ , ରାଜ କୁମାର , ସଂଧ୍ୟାରାଣୀ ପ୍ରମୁଖ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ ।