ଅବ୍ୟବସ୍ଥା ମଧ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଅବ୍ୟବସ୍ଥା ମଧ୍ୟରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମତ୍ସ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ଏହି କାର୍ଯ୍ୟାଳୟରେ ଥିବା ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ପଦବୀଟି ଦୀର୍ଘ ଦିନ ହେଲା ଖାଲି ପଡ଼ିଛି।ଏହାର ଦାୟିତ୍ୱ ତୁଲାଉଛନ୍ତି ସହକାରୀ ମତ୍ସ୍ୟ ଅଧିକାରୀ ଲିସା ବେହେରା,ଏହି ବିଭାଗରର କିଛି ଅଧିକାରୀ ତତ୍ୱାଧିକ ଦାୟିତ୍ୱ ତୁଲାଉ ଥିବାର ଦେଖିବାକୁ ମିଳିଛି।ବ୍ଳକର ଏ ଫି ଓ ଅଧିକାରୀ ପଦବୀ ଖାଲି ପଡ଼ିଥିବାରୁ ଜଣେ ତତ୍ୱାଧିକ ଦାୟିତ୍ୱ ତୁଲାଉ ଥିବାର ଜଣା ପଡ଼ିଛି। କ୍ଷେତ୍ର କର୍ମଚାରୀ ଦୀର୍ଘ ବର୍ଷ ହେଲା ବଦଳି ନ ହୋଇ ଗୋଟିଏ ସ୍ଥାନରେ ରହିଥିବା ଅଭିଯୋଗ ହେଉଛି।ଏଠାକାର ଅଫିସରେ କାର୍ଯ୍ୟରତ କିଛି କର୍ମଚାରୀ ପଦୋନ୍ନତି ହୋଇ ସେହି କାର୍ଯ୍ୟାଳୟରେ ହିଁ କାର୍ଯ୍ୟ କରୁଥିବା ର ଦେଖିବାକୁ ମିଳିଛି।ଏପରି କି ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ୍ବ ଏହି ବିଭାଗରେ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି। ୩ବର୍ଷ ରୁ ଉର୍ଦ୍ଧ୍ବ ଗୋଟିଏ ଜାଗାରେ କାର୍ଯ୍ୟ ରତ କରି ପାରିବେ ନାହିଁ ବୋଲି ସରକାରଙ୍କ ନିୟମ ରହିଥିଲେ ମଧ୍ୟ ଉପରିସ୍ଥ ଅଧିକାରୀଙ୍କୁ ବିଭିନ୍ନ ଉପାୟରେ ସନ୍ତୁଷ୍ଟ କରି ଏଠାରେ ୧୦ବର୍ଷ ରୁ ଉର୍ଦ୍ଧ୍ବ କାର୍ଯ୍ୟାଳୟରେ କାର୍ଯ୍ୟରତ ରହିଥିବାର ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି।ଏପଟେ ସରକାର ୫ଟି ମୋ ସରକାର କହୁଥିବା ବେଳେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଦୀର୍ଘ ବର୍ଷ ହେଲା କର୍ମଚାରୀଙ୍କ ବଦଳି ନ ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି।ତେଣୁ ତୁରନ୍ତ ଦୀର୍ଘ ୫ ବର୍ଷ ରୁ ୧୦ବର୍ଷ ରୁ ଉର୍ଦ୍ଧ୍ବ କାର୍ଯ୍ୟ ରତ କର୍ମଚାରୀ ମାନଙ୍କୁ ତୁରନ୍ତ ଏଠାରୁ ଅନ୍ୟତ୍ର ବଦଳି କରି ନୂଆଁ କର୍ମଚାରୀଙ୍କୁ ଏଠାରେ ନିଯୁକ୍ତି ଦେଲେ ଜିଲ୍ଲାର ବିକାଶ ହୋଇ ପାରିବ ବୋଲି ଏଠାରେ ଜନସାଧାରଣ ଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ଦେଖିବାକୁ ମିଳୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ