ବିଦ୍ୟାଳୟରେ ପାଣି ଘଣ୍ଟା କାର୍ଯ୍ୟକ୍ରମ
କୋଦଳା, (ଯୁଗାବ୍ଦ ନ୍ୟୁଜ) : ପ୍ରଶାସନର ଆଦେଶ ଅନୁଯାଇ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ ପ୍ରଶାସନର ଆଦେଶ ଅନୁଯାଇ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ ଟିମ ତରଫରୁ ଶାଙ୍କୁଡ଼ା ସ୍ଥିତ ଧବଳେଶ୍ୱର ବିଦ୍ୟାପୀଠ ଠାରେ ପାଣି ଘଣ୍ଟା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି ବୈଠକରେ ପାଣି ପିଇବାର ଉପକାରିତା ବିଷୟରେ ଡ଼ା. ଜୟଦେବ ନାୟକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ବୁଝେଇ ଥିଲେ । ପାଣି ପିଇବା ଦ୍ୱାରା ଶରୀର କିଭଳି ରହେ, କେଉଁ ସମୟ ବା କେତେବେଳେ ପାଣି ପିଇଲେ କଣ ସବୁ ଉପକାରିତା ହୁଏ ସେ ବିଷୟରେ ଡ଼ା. ନାୟକ ପ୍ରାଞ୍ଜଳ ଭାବେ ଛାତ୍ରଛାତୀ ମାନଙ୍କୁ ପରିପ୍ରକାଶ କରିଥିଲେ l ଏଥିରେ ଆରବିଏସକେ ତରଫରୁ ଡ଼ା. ମୋୖତ୍ରୀ ସଂଘମିତ୍ରା, ଏଏନଏମ ପି. ଗୀତାଞ୍ଜଳି ଆଚାରି ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବରାଜ ମହାପାତ୍ର, ନୀଳକଣ୍ଠ ଦାସ, ତ୍ରିନାଥ ସାହୁ ଯୋଗ ଦେଇ ସହଯୋଗ କରିଥିଲେ ।