ଆଇଆରଇଏଲ ଲିମିଟେଡ କାରଖାନାରେ ବୈଷୟିକ ସେମିନାର
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟସ୍ଥ ଆଇ.ଆର.ଇଏଲ ଲିମିଟେଡ, ଓସକମ କମ୍ପାନୀର ସେମିନାର ହଲରେ ରବିବାର ଏମରଜେନ୍ସି ଟ୍ରେଣ୍ଡସ ଇନ ରେୟାର ଇୟର୍ଥ ବିଷୟ ଉପରେ ଆଧାରିତ ଏକ ବୈଷୟିକ ସେମିନାର ଆୟୋଜିତ ହୋଇଯାଇଛି । ସେମିନାର ଆରମ୍ଭ ହେବା ପୂର୍ବରୁ ଉପସ୍ଥିତ ଅତିଥିମାନେ ଭରତର ବିଶିଷ୍ଟ ବୈଜ୍ଞାନିକ ସ୍ଵର୍ଗତ ଡାଃ. ହୋମି ଭବାଙ୍କୁ ପୁଷ୍ପାଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଦୀପେନ୍ଦ୍ର ସିଂହ, ମାନ୍ୟବର ସିଏମଡି, ଆଇ.ଆର.ଇଏଲ ଲିମିଟେଡ, ପଦ୍ମଶ୍ରୀ ଡାଃ.କୋଟା ହରିନାରାୟଣ, ଅଧ୍ୟକ୍ଷ, ବିଓଜି, ପିଏମଇସି ଏବଂ ଡାଃ. ସମୀର, ଭି. କାମଥ, ବୈଜ୍ଞାନିକ ତଥା ମହାନିର୍ଦ୍ଦେଶକ, ଡିଆରଡିଓ, ଭାଇଜାଗ ଯୋଗଦେଇ ଦୀପ ପ୍ରଜ୍ଵଳନ କରିବା ସହ ପତ୍ରିକା (ଇଟିଆରଇ-୨୦୧୯) ଉନ୍ମୋଚନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଶ୍ରୀଯୁକ୍ତ ଏ.ଜେ.ଜନର୍ଥନନ, ପ୍ରଧାନ, ଓସକୋମ ଧନ୍ୟବାଦ ପ୍ରସ୍ତାବ ପ୍ରସ୍ତୁତ କରିଥିଲେ । ସେମିନାରର ପ୍ରଥମ ତଥା ବୈଷୟିକ ଅଧିବେଶନରେ ସମ୍ମାନୀୟ ବକ୍ତା ଶ୍ରୀଯୁକ୍ତ ଅରୁଣ କୁମାର ମହାପାତ୍ର, ନିର୍ଦ୍ଦେଶକ (ବୈଷୟିକ), ଆଇ.ଆର.ଇଏଲ (ଇଣ୍ଡିଆ) ଲିମିଟେଡ, ଡାଃ.ସମୀର କମାଥ, ମହାନିର୍ଦ୍ଦେଶକ (ଡିଆରଡିଓ), ଡାଃ.ଡି.କେ.ସିଂହ, ବୈଜ୍ଞାନିକ-ଜି ଏବଂ ପ୍ରଧାନ ଆରଇଡିଏସ (ପରମାଣୁ ଊର୍ଜା ବିଭାଗ), ଡାଃ. ଏଲ.ଜେ.ବାର୍କମେନ୍ସ , ପ୍ରଧାନ, ସିଇସିଆରଆଇ (କରକୁଡି) ଏବଂ ଡାଃ. ପି.କେ.ସେନ, ଅଧ୍ୟାପକ (ଖଡଗପୁର) ରେଅର ଅର୍ଥସ ର ପ୍ରକ୍ରିୟା, ପ୍ରୟୋଗ, ସମ୍ବଳ, ପର୍ୟ୍ୟ।ବରଣ ଏବଂ ଏହାର ବିଭିନ୍ନ ଉପକାରିତା ଉପରେ ଉପସ୍ଥାପନା ପ୍ରସ୍ତୁତ କରିଥିଲେ । ସେମିନାରର ଦ୍ଵିତୀୟ ଅଧିବେଶନରେ ଡାଃ. ଏଲ.ଡି.ବିଶ୍ରା, ମୁଖ୍ୟ ବୈଜ୍ଞାନିକ ଏବଂ ପ୍ରଧାନ (ଆଇଏମଏମଟି), ଭୁବନେଶ୍ଵର, ଡାଃ ଆର.କେ.ପରମଗୁରୁ, ଭୁତପୂର୍ବ ବୈଜ୍ଞାନିକ ଆଇଏମଏମଟି, ଭୁବନେଶ୍ଵର, ଶ୍ରୀଯୁକ୍ତ ରାଧାକାନ୍ତ ଶତପଥି, ଡିଆରଡିଓ- ରକ୍ଷା, ହାଇଦେରାବାଦ, ଡାଃ ଏଚ.ଏସ.ମଇତି, ପୂର୍ବତନ ନିର୍ଦ୍ଦେଶକ ଆଇ.ଆର.ଇଏଲ (ଇଣ୍ଡିଆ) ଲିମିଟେଡ “ରିସେଣ୍ଟ ଡେଭଲପମେଣ୍ଟ ଇନ ରେୟାର ଇୟର୍ଥ ବେସଡ ଫୁଏଲ ସେଲ ଆଣ୍ଡ ୟୁଜ ଅଫ ରେୟାର ଇୟର୍ଥ ଅକ୍ସିଡାଇସ” ପ୍ରସଙ୍ଗ ଉପସ୍ଥାପନା ପ୍ରସ୍ତୁତ କରିଥିଲେ । ଶ୍ରୀଯୁକ୍ତ ଏ.କେ.ପାଣି, ପ୍ରଧାନ (ଆରଇପିଏମ) ଏବଂ ପ୍ରଭାରୀ (ଆରଇଇପି), ଶ୍ରୀଯୁକ୍ତ ଗତିକୃଷ୍ଣ ନାୟକ, ଉପ ମହାପ୍ରବନ୍ଧକ (ସମ୍ବଳ) ଏବଂ ପ୍ରଭାରି ମାନବ ସମ୍ବଳ ପ୍ରବନ୍ଧନ, ଶ୍ରୀଯୁକ୍ତ କେ.ସି.ସାହୁ, ମୁଖ୍ୟ ପ୍ରବନ୍ଧକ (ଏଚଆରଏମ), ଡାଃ ବି.ଆର.ମିଶ୍ର, ଉପ ମହାପ୍ରବନ୍ଧକ (ଟି ଏସ), ଶ୍ରୀଯୁକ୍ତ ଆର.ପି.ଝା, ଉପ ମହାପ୍ରବନ୍ଧକ (ସାମଗ୍ରୀ ) ଏବଂ ଆଇ.ଆର.ଇଏଲ (ଇଣ୍ଡିଆ) ଲିମିଟେଡ କର୍ମଚାରୀଙ୍କ ସହଯୋଗରେ ଉକ୍ତ ସେମିନାର ସାଫଲ୍ୟ ମଣ୍ଡିତ ହୋଇଥିଲା ।


