କୋଣାର୍କ ରେ ପାଳିତ ହେଲା ବିଶ୍ବ ପର୍ଯ୍ଯଟନ ଦିବସ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ପର୍ଯ୍ୟଟନ ବିଭାଗ ସହାୟତାରେ କୋଣାର୍କ ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ବିଶ୍ବ ପର୍ଯ୍ଯଟନ ଦିବସ ପାଳିତ ହୋଇଯାଇଛି।ଦେଶ ବିଦେଶର ପର୍ଯ୍ଯଟନର ପ୍ରାଣକେନ୍ଦ୍ର କୋଣାର୍କର ସ୍ଥାପତ୍ୟ, କଳା ଓ ସଂସ୍କୃତି ବିଶ୍ବରେ ଅନନ୍ୟ ପରିଚୟ ସୃଷ୍ଟି କରିଛି। ଆଜି ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ ଦିବସ ପାଳନ ଅବସରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରେ ସୂର୍ଯ୍ୟମନ୍ଦିର ପରିଭ୍ରମଣରେ ଆସିଥିବା ପର୍ଯ୍ୟଟକ ମାନଙ୍କୁ ଗୋଲାପ ଫୁଲ ଚନ୍ଦନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବାଇଦେଇ ଘୋଡ଼ାନାଚ ଦଳର ଜଟାଧାରୀ ବେହେରା ଓ ସାଥି କଳା ମାନଙ୍କ ଦ୍ଵାରା ପରିବେଷିତ ଲୋକ କଳା ଘୋଡାନାଚ ମାଧ୍ୟମରେ ପର୍ଯ୍ୟଟକମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସୂର୍ଯ୍ୟ ମନ୍ଦିର ପରିସରରେ ଝୋଟି ଚିତା ଓ ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରେଏଣ୍ଡିଆ ବୁକୁ ଅଫ୍ ରେ ସମ୍ମାନ ପାଇଥିବା ବାଲୁକା ଶ୍ରୀଳ୍ପୀ ଦ୍ବାରା ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଛିଞ୍ଚନ କରାଯାଇଥିଲା। ଚଳିତ ବର୍ଷ ଏହି ଦିବସ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀଙ୍କ ପ୍ରଚେଷ୍ଟା ଓ ଉଦ୍ଯମ ଯୋଗୁଁ ଫଳପ୍ରଦ ହୋଇଥିବା ବେଳେ ପର୍ଯ୍ୟଟକ ମାନଙ୍କୁ ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ବନ୍ଧରେ ଅବଗତ କରାଇବା ସହ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଲକ୍ଷ୍ୟ ନେଇ ଏହି ଦିବସ ପାଳନ କରାଯାଉଛି ବୋଲି ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ କୋଣାର୍କ ଅଞ୍ଚଳର ବିଭିନ୍ନ ପର୍ଯ୍ୟଟନ ସମ୍ବନ୍ଧୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିଲେ। ଯାହାକୁ ନେଇ ପର୍ଯ୍ୟଟକ ବହୁତ ଖୁସି ଥିବା ଦେଖିବାକୁ ମିଳିଛି ।


