ଓଡିଶା ୧୧ବର୍ଷରୁ କମ ଓପନ ଏବଂ ବାଳିକା ଚେସ ଚମ୍ପିୟନସିପ ଅକ୍ଟୋବର ୨ରେ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଚେସ ଆସୋସିଏସନ ଆନୁକୂଲ୍ୟରେ ଏବଂ ଓଡିଶା ଚେସ ଆସୋସିଏସନର ସହଯୋଗରେ ଚଳିତବର୍ଷ ଅଣ୍ଡର ୧୧ ଖେଳାଳିମାନଙ୍କ ଚୟନ ନିମନ୍ତେ ଏକ ରାଜ୍ୟସ୍ତରୀୟ ପ୍ରତିଯୋଗୀତା ଆସନ୍ତା ଅକ୍ଟୋବରମାସ ୧ଓ ୨ତାରିଖ ଦୁଇଦିନ ଧରି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗୀତାରେ ସାରା ଓଡିଶାର ଶତାଧିକ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗୀମାନେ ଭାଗ ନେବେ । ଏଠାରେ ସୂଚନା ଯୋଗ୍ୟ ଯେ ଏହି ପ୍ରତିଯୋଗୀତାର ଶ୍ରେଷ୍ଠ ୨ ବାଳକ ଏବଂ ୨ ବାଳିକା ଜାତୀୟ ସ୍ତରର ପ୍ରତିଯୋଗୀତାରେ ଅଂଶଗ୍ରହଣ ନିମନ୍ତେ ଚୟନ କରାଯିବ । ଏଥିସହିତ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଡା. ବୈଷ୍ଣବ ପରିଡା ସ୍ମାରକୀ ଚେସ ପ୍ରତିଯୋଗୀତା ୨୦୨୨ ଆସନ୍ତା ଅକ୍ଟୋବରମାସ ୨ ଓ ୩ତାରିଖରେ କେନ୍ଦ୍ରାପଡା ମହାବିଦ୍ୟାଳୟରେ ଅନୁଷ୍ଠିତ ହେବ । ଏଥିରେ କେନ୍ଦ୍ରାପଡା ଜିଲ୍ଲାର ଶ୍ରେଷ୍ଠ ୧୦ଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଅଲ୍ ଓଡିଶା ଚେସ ଆସୋସିଏସନର କୋଷାଧ୍ୟକ୍ଷ ଭବେଶ ମହାନ୍ତି ଏକ ପ୍ରେସ ବାର୍ତ୍ତାରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ