ପାରିଷଦଙ୍କ ପାଇଁ ଦିନିକିଆ ପ୍ରେରଣା କର୍ମଶାଳା

ହିଞ୍ଜିଳିକାଟୁୁ, (ଶେଷଦେବ ସାହୁ):ଏକ ସମୃଦ୍ଧ ଓଡିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ, ସୁଚିନ୍ତିତ ପଦକ୍ଷେପ ଓ ୫ଟି ଉପକ୍ରମର ସଫଳ ପ୍ରୟୋଗ ଜରିଆରେ ସହରାଞ୍ଚଳ ସାମଗ୍ରିକ ବିକାଶ ପରିକଳ୍ପନାକୁ ସ୍ଥାନିତ କରାଯାଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ସାକାର ଓ ସଫଳତା ହାସଲ ସକାଶେ ସମ୍ମିଳିତ ଉଦ୍ୟମ ଓ ସହଯୋଗ ନିମନ୍ତେ ଆବଶ୍ୟକତା ରହିଛି । ହିଞ୍ଜିଳିକାଟୁ ଠାରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ପାରିଷଦଙ୍କ ପାଇଁ ଦିନିକିଆ ପ୍ରେରଣା କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ପୌର ପ୍ରଶାସନ ନିର୍ଦ୍ଦେର୍ଶକ ସଂଗ୍ରାମଜିତ ନାୟକ ଯୋଗଦେଇ ନବ ନିର୍ବାଚିତ ପାରିଷଦ ମାନଙ୍କୁ ଉଦବୋଧନ ଦେଇଥିଲେ । ପୌର ନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ମଙ୍ଗଳବାର ଆୟୋଜିତ କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ଭି. କିର୍ତ୍ତିଭାସନ, ସହରାଞ୍ଚଳ ଉନ୍ନୟନ ସଂସ୍ଥା ନିର୍ଦ୍ଦେଶକ ତଥା ଯୁଗ୍ମ ସଚିବ ଶାରଦା ପ୍ରସାଦ ପଣ୍ଡା, ଡୁଡା ପିଡି ସଚ୍ଚିଦାନନ୍ଦ ନାୟକ, ଜାଗା ମିଶନ ଅତିରିକ୍ତ ସଚିବ ସୈରେନ୍ଦ୍ର ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ବିଭିନ୍ନ ଐତିହାସିକ ପଦକ୍ଷେପ ମଧ୍ୟରେ ଜାଗା ମିଶନ, ମୁକ୍ତା, ଆହାର, ପରିମଳ, ସ୍ୱଚ୍ଛ ଭାରତ ମିଶନ, ୧୫ତମ ରାଜ୍ୟ ଅନୁଦାନ ପାଣ୍ଠି, ଅମୃତ, ଆମ ସହର(ଏମଆରଏଫ, ଏମସିସସି), ସ୍କ୍ରାର୍ଟ ଏଲଇଡି ଷ୍ଟ୍ରୀଟ୍ ଲାଇଟ୍‌, ୫ଟି- ମୋ ସରକାର ଏବଂ ଅନ୍ୟାନ ଉନ୍ନୟନ ମୂଳକ ଯୋଜନା ଗୁଡିକ ଜାରୀ ରହିଛି । ରାଜ୍ୟ ସରକାରଙ୍କ ମହତକାଂକ୍ଷୀ ପଦକ୍ଷେପକୁ ଅଧ୍ୟକ୍ଷ, ଅଧ୍ୟକ୍ଷା ମାନେ ପ୍ରଂଶସା କରିବା ସହ ବିଭିନ୍ନ ଅଭାବ ଅସୁବିଧା ପ୍ରତି ଦୃଷ୍ଟି ଆର୍କଶଣ କରିଥିଲେ । ପ୍ରଶାସନ ଓ ନବ ନିର୍ବାଚିତଙ୍କ ଉତ୍ତର ଦାୟିତ୍ୱ ଏବଂ ସରକାରଙ୍କ ଆଭିମୁଖ୍ୟ କ୍ରିୟାଶୀଳତା ପ୍ରତି ସକରାତ୍ମକ ଭାବେ ସମ୍ବନୟ ଓ ସହଯୋଗ ଉପରେ ଜିଲ୍ଲାପାଳ ପାରିଷଦ ମାନଙ୍କୁ ପରାମର୍ଶ ଦେଇଥିଲେ । ସହରାଞ୍ଚଳ ଉନ୍ନୟନ ଯୋଜନାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅଭାବ ଅସୁବିଧା ପ୍ରତି ଅବଗତ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଉକ୍ତ କର୍ମଶାଳାରେ ହିଞ୍ଜିଳିକାଟୁ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ଚିକିଟି ଅଧ୍ୟକ୍ଷା ଦିପା କୁମାରୀ ସାହୁ, ଖଲ୍ଲିକୋଟ ଅଧ୍ୟକ୍ଷ ନିରଞ୍ଜନ ବେହେରରା, ପୁରୁଷୋତ୍ତମପୁର ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ, ଇଓ ସୌମ୍ୟରଞ୍ଜନ ମିଶ୍ର, ଚିକିଟି ଇଓ ସମ୍ବିତ ସଂଗ୍ରାମଜିତ ସାହୁ, ଖଲ୍ଲିକୋଟ ଇଓ ରାଜେଶ କୁମାର ପଟ୍ଟନାୟକ, ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରରିଡା, ପୌର ଯନ୍ତ୍ରୀ ପ୍ରମୋଦ ନାୟକ, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲ୍ଲିପ କୁମାର ମିଶ୍ର ଓ ପୌରର କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ