ଭାରତ ସ୍କାଉଟ୍‌ସ୍ ଓ ଗାଇଡ଼୍‌ସ୍ ସଂଗଠନ ଦ୍ୱାରା ବେସିକ୍ ତାଲିମ ଶିବିର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନ ଆନୁକୂଲ୍ୟରେ ବେସିକ୍ ତାଲିମ ଶିବିରସ୍କାଉଟ ମାଷ୍ଟର ଏବଂ ଗାଇଡ୍ କ୍ୟାପଟେନ (ଉଚ୍ଚବିଦ୍ୟାଳୟ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ) ମାନଙ୍କ ପାଇଁ ଏକାଦିକ୍ରମେ ଦୁଇଗୋଟି ତାଲିମ ଶିବିର ରାଜ୍ୟ ମୁଖ୍ୟାଳୟରେ ତା୨୪.୯.୨୦୨୨ରିଖ ଠାରୁ ଆରମ୍ଭ ହୋଇଅଛି । ଉକ୍ତ ଶିବିରରେ ଅନୁଗୁଳ, ବୌଦ୍ଧ, ଭୁବନେଶ୍ୱର, କଟକ, ଦେଓଗଡ, ଢ଼େଙ୍କାନାଳ, ଗଜପତି, ଗଞ୍ଜାମ, ଝାରସୁଗୁଡା, ଖୋର୍ଦ୍ଧା, ମୟୁରଭଞ୍ଜ, ନୂଆପଡା ଏବଂ ରାଉରକେଲା ଆଦି ଜିଲ୍ଲାରୁ ୧୦୨ ଜଣ ସ୍କାଉଟ ମାଷ୍ଟର ଏବଂ ୪୧ ଜଣ ଗାଇଡ୍ କ୍ୟାପଟେନ ତାଲିମ ନେବାପାଇଁ ଯୋଗଦାନ କରିଛନ୍ତି । ତା୨୫ା୯ା୨୨ରିଖ ଦିନ ରାଜ୍ୟ ମୁଖ୍ୟ କମିଶନର ଶ୍ରୀ କାଳିପ୍ରସାଦ ମିଶ୍ର ଉକ୍ତ ତାଲିମ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ତାଲିମ ନେବାକୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିଦ୍ୟାଳୟରେ ସ୍କାଉଟ ଓ ଗାଇଡ୍ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଜଣେ ଜଣେ ଭଲ ସୁନାଗରିକ ଭାବେ ଗଢ଼ିତୋଳିବା ସହିତ ସେମାନଙ୍କୁ ରାଜ୍ୟ ପୁରସ୍କାର ପାଇବା ଲାଗି ଠିକ୍ ଭାବେ ତିଆରି କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ରାଜ୍ୟ ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ ଛାତ୍ରଛାତ୍ରୀମାନଙ୍କୁ ଭାଇ ଭଉଣୀର ସ୍ନେହ ଦେଇ ସ୍କାଉଟ ଓ ଗାଇଡ୍‌ର ମୂଳ ତତ୍ୱଭାବେ ଶିକ୍ଷାଦାନ କରି ସେମାନଙ୍କ ଚରିତ୍ର ସୁଧାରିବା ସକାଶେ ଉଦ୍ୟମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଜାତୀୟ କାର୍ଯ୍ୟାଳୟରୁ ଆସିଥିବା ମେମ୍ବରସିପ୍ ଗ୍ରୋଥ ପ୍ରକଳ୍ପ ପରିଚାଳକ ଶ୍ରୀଯୁକ୍ତ ଶରତ ରାଜ ଯୋଗଦେଇ ବିଶ୍ୱ ସ୍କାଉଟ ସଂଗଠନ ଦ୍ୱାରା ପରିଚାଳିତ ଙଦ୍ଭକ୍ଷସଦ୍ଭର ଣକ୍ଟଙ୍କଗ୍ଧଷ ଗବଦ୍ଭବଶରଜ୍ଞରଦ୍ଭଗ୍ଧ ଝଚ୍ଚଗ୍ଦଗ୍ଧରଜ୍ଞ କାର୍ଯ୍ୟକ୍ରମକୁ ସମସ୍ତ ଜିଲ୍ଲାମାନଙ୍କରେ ପହଞ୍ଚାଇବା ପାଇଁ ଜିଲ୍ଲାର ଦକ୍ଷ ସ୍କାଉଟମାଷ୍ଟର ଓ ଗାଇଡ୍‌କ୍ୟାପଟେନ ମାନଙ୍କୁ ସଂପୂର୍ଣ୍ଣ ଅବଗତି କରିବା ନିମନ୍ତେ ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନମାନଙ୍କ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଅଛି । ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନମାନେ ଏହି କର୍ମଶାଳାରେ ଯୋଗଦାନ କରି ସ୍କାଉଟ, ଗାଇଡ୍‌, ରୋଭର, ରେଞ୍ଜର, କବ୍ ଓ ବୁଲ୍‌ବୁଲ୍‌ମାନଙ୍କର ଅନ୍ ଲାଇନ୍ କିପରି ସହଜରେ ରେଜିଷ୍ଟ୍ରେସନ କରିପାରିବେ ସେହିବିଷୟରେ ତାଲିମ ଦିଆଯାଇଛି ଉକ୍ତ ଶିକ୍ଷା ଶିବିର ସମାପ୍ତ ପରେ ନିଜ ନିଜ ଜିଲ୍ଲାରେ ଥିବା ବିଦ୍ୟାଳୟ, ମହାବିଦ୍ୟାଳୟ ସଫଳତାର ସହ ବିଶ୍ୱ ସଂଗଠନର ଉକ୍ତ ପ୍ରଶଂସନୀୟ କାର୍ଯ୍ୟକ୍ରମକୁ ସଫଳ କରିବାରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବେ ବୋଲି ଶ୍ରୀ ରାଜ କହିଥିଲେ । ସ୍କାଉଟ କମିଶନର ତଥା ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ଅତିରିକ୍ତ ସଚିବ ଶ୍ରୀଯୁକ୍ତ ଅଶୋକ କୁମାର ରଥ ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଇ ସମସ୍ତ ଶିବିରାର୍ଥୀମାନଙ୍କୁ ସମାଜ ଲାଗି କିଛି ଭଲ କରିବାର ମୌକା ଛାଡିବା ଉଚିତ୍ ନୁହେଁ ବୋଲି କହିଥିଲେ । ସମସ୍ତ ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନମାନଙ୍କୁ ମାନ୍ୟବର ମନ୍ତ୍ରୀ ଖାଦ୍ୟଯୋଗାଣ ଓ ସମବାୟ ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ସଂଗଠନକୁ ଆହୁରି ମଜବୁତ୍ କରୁଥିବାରୁ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ