ତରତରା ହାଇସ୍କୁଲରେ ଅନିୟମିତତା ନେଇ ଜିଲ୍ଲାପରିଷଦଙ୍କ ଅଭିଯୋଗ ଉପରେ ତଦନ୍ତ କଲେ ବିଇଓ

ଆନନ୍ଦପୁର / ହାଟଡ଼ିହି, (ବିକାଶ ବିଶ୍ୱାଳ):ତରତରା ହାଇସ୍କୁଲରେ ହୋଇଥିବା ବିଭିନ୍ନ ଅନିୟମିତତା ନେଇ ଜିଲ୍ଲାପରିଷଦ ସଦସ୍ୟ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିବାପରେ ଆଜି ଆନନ୍ଦପୁର ବିଇଓ ଉମାକାନ୍ତ ରାଉତ ଓ ଘସିପୁରା ବ୍ଲକର ବିଇଓ ତପୋଧନ ସ୍ୱାଇଁ ଏହାର ତଦନ୍ତ କରିଛନ୍ତି । ଜିଲ୍ଲାପରିଷଦ ସଦସ୍ୟ ଜିତେନ୍ଦ୍ର ସାମଲଙ୍କ ଅଭିଯୋଗ ଅନୁଯାଇ ଏହି ସ୍କୁଲର ପ୍ରଧାନ ଶିକ୍ଷକ ସ୍କୁଲକୁ ନିୟମିତ ଆସୁଚନଥିବାବେଳେ ସେ ଆଦୌ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରନ୍ତି ନାହିଁ । ସେହିପରି ବିଦ୍ୟାଳୟକୁ ମିଳିଥିବା ଏକ ଲକ୍ଷ ଟଙ୍କାକୁ ଶିକ୍ଷକମାନେ ଉଠାଇ ନେଇ ଯାଇଛନ୍ତି । ଛାତ୍ରଛାତ୍ରୀଙ୍କୁ ସାଟିଫିକେଟ ଦେବାବେଳେ ଛାତ୍ରଛାତ୍ରୀଙ୍କ ଠାରୁ ଅର୍ଥ ଆଦାୟ କରିବା ସହିତ ସ୍କୁଲ କମିଟି ବୈଠକରେ ବିଧାୟକଙ୍କ ନାମରେ ନିନ୍ଦା ପ୍ରସ୍ତାବ ଗୃହିତ କରିବା ଭଳି ଅଭିଯୋଗ ମାନ କରିଥିଲେ । ଏହିସବୁ ଅଭିଯୋଗର ତଦନ୍ତ ପାଇଁ ଦୁଇଜଣ ବିଇଓ ସ୍କୁଲରେ ପହଞ୍ଚି ସମସ୍ତ ଅଭିଯୋଗର ତଦନ୍ତ କରିଥିବା ଜଣାଯାଇଛି । ସେମାନେ ତଦନ୍ତ ସାରିବାପରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ ବୋଲି କହିଛନ୍ତି । ଏପରିକି ସ୍କୁଲକୁ ଆସିଥିବା କିଛି ଔଷଧ ଛାତ୍ରଛାତ୍ରୀଙ୍କୁ ଦିଆନଯାଇ ସ୍କୁଲ ପରିସରେ ଏକ ଗାତ ଭିତରେ ତରବରିଆ ଭାବେ ପକାଯାଇଥବବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ