ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ପୂର୍ବତନ ସାଂସଦ, ନିଖିଳ ଭାରତ କଂଗ୍ରେସ କମିଟି ମହିଳା କଂଗ୍ରେସ ଶାଖାର ପୂର୍ବତନ ସଭାପତି, ଭାରତବର୍ଷର ମହିଳା କମିସନର ପ୍ରଥମ ଅଧ୍ୟକ୍ଷା ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ଆନୁକୂଲ୍ୟରେ କଜଳାସ୍ଥିତ କଂଗ୍ରେସ ଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପ୍ରାରମ୍ଭରେ ଉପସ୍ଥିତ ନେତୃମଣ୍ଡଳୀ ଜୟନ୍ତୀ ଦେବୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜୟନ୍ତୀ ଦେବୀ, କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଶୋକ ପ୍ରସ୍ତାବ ଅନୁଯାୟୀ ଗୋପାଳକୃଷ୍ଣ ଜେନା, ରଘୁନାଥ ମହାନ୍ତି, ନାରାୟଣ ଚନ୍ଦ୍ର କର, ପୂର୍ବତନ ସରପଞ୍ଚ ନିରଞ୍ଜନ ପ୍ରଧାନ, ଶିକ୍ଷକନେତା ଧନୁର୍ଦ୍ଧର ପରିଡା, ଯୁବନେତା ସଞ୍ଜୀବ କୁମାର ଜେନାଙ୍କ ବିୟୋଗରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇ ସେମାନଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ କୁମାର ଦାସ, ମହମ୍ମଦ ଆକବର ଅଲ୍ଲୀ, ଯୁବକଂଗ୍ରେସ ଜିଲ୍ଲା ସଭାପତି ସତ୍ୟପ୍ରିୟ ସାମଲ, ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ପରଭେଜ ଅକ୍ତର, ନାରୀନେତ୍ରୀ ସନ୍ଧ୍ୟାରାଣୀ ରାଉତ, ଫକିର ଚରଣ ଖଟୁଆ, ମହେନ୍ଦ୍ର ପରିଡା, ପ୍ରଦୀପ ପ୍ରଧାନ, ଅନନ୍ତ ସେଠୀ, ସୁଜୟ କୁମାର ଦାସ, କମଳାକାନ୍ତ ବେହେରା, ଧରଣୀଧର ସୁଆର, ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି, ବିଧୁଭୂଷଣ ମହାପାତ୍ର, ମୁକ୍ତାର ଖାଁ, କୈଳାସ କର, ଶିବ ପ୍ରସାଦ ବିଶ୍ୱାଳ, ବିରଞ୍ଚିନାରାୟଣ ଦାଶ, ରତିକାନ୍ତ ସାମଲ, ଦେବେନ୍ଦ୍ର ବାରିକ, ଦେବାଶିଷ ପଣ୍ଡା, ସୁଶାନ୍ତ ରାଉତ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।