ଚିରିକିପଡା ଶାସନରେ ବୋତଲେରେ ଭୁଷି ବୃଦ୍ଧାଙ୍କୁ ହତ୍ୟା

ପୋଲସରା, (ଅନିଲ କୁମାର ମହାରଣା):ଅକ୍ଟୋବର ୨ ତାରିଖ ଦିନ ଅପରାହ୍ନ ପ୍ରାୟ ସାଢେ଼ ପାଞ୍ଚ ଘଣ୍ଟା ସମୟରେ ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନରେ ପଡୋଶୀ ବ୍ୟକ୍ତିଙ୍କ ବୋତଲରେ ଆକ୍ରମଣ ଯୋଗୁଁ ଜଣେ ବୃଦ୍ଧା ପ୍ରାଣ ହରାଇଥିବା ବେଳେ ତାଙ୍କର ନାତୁଣୀ ଗୁରୁତର ଆହତ ହୋଇଛନ୍ତି। ଚିରିକିପଡା ଶାସନ ଗ୍ରାମର ଦଧିବାମନ ସାହିର ବସନ୍ତ ସାହୁ ଓ ତାଙ୍କ ପଡୋଶୀ ବିପ୍ର ସାହୁଙ୍କ ସନ୍ତାନ ମାନଙ୍କ ମଧ୍ୟରେ ଘଟିଥିବା କଳିକୁ କେନ୍ଦ୍ର କରି ବସନ୍ତ ସାହୁ ଗୋଟିଏ ବୋତଲ ଭାଙ୍ଗି ପଡୋଶୀ ବିପ୍ର ସାହୁଙ୍କ ପତ୍ନୀ ଜମ୍ଭୁ ସାହୁଙ୍କୁ ଆକ୍ରମଣ କରିବା ଦ୍ୱାରା ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଜମ୍ଭୁଙ୍କୁ ରକ୍ଷା କରିବା ପାଇଁ ଆସୁଥିବା ତାଙ୍କ ନାତୁଣୀ ସନ୍ତୋଷୀନି ମଧ୍ୟ ଆକ୍ରମଣର ଶୀକାର ହୋଇଛନ୍ତି। ସନ୍ତୋଷିନୀଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବା ଜଣାପଡିଛି। ପିଲାମାନଙ୍କ ମଧ୍ୟରେ କଳି ଏକ ଘଟଣା ହୋଇଥିଲେ ମଧ୍ୟ ଜମିଜମା ବିବାଦ ନେଇ ଉଭୟ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ଶତୃତା ରହିଥିବା କାରଣରୁ ଆକ୍ରମଣ ହୋଇଥିବା ଜଣାପଡିଛି। ସୂଚନା ପାଇ ପୋଲସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ବସନ୍ତ ସାହୁ ଓ ତାଙ୍କ ସ୍ତ୍ରୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ପୋଲସରା ପୋଲିସ ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି। ଖବର ଲେଖିବା ସମୟ ପର୍ଯ୍ୟନ୍ତ ଅଭିଯୋଗ ହୋଇନଥିବା ବେଳେ ମାମଲା ରୁଜ୍ଜୁ ହୋଇନଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ