ବେଲଗୁଣ୍ଠା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କୁ ନେସନ୍ ବିଲ୍ଡର ସମ୍ମାନ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ରୋଟାରୀ କ୍ଲବ୍ ବ୍ରହ୍ମପୁର ମିଡ୍ ଟାଉନ ତରଫରୂ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ୧୩୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେସନ୍ ବିଲ୍ଡର ସମ୍ମାନ ପ୍ରଦାନ କରାଯାଇଛି I ଏହି ପ୍ରରିପ୍ରେକ୍ଷୀରେ ବେଲଗୁଣ୍ଠା ରେ ଥିବା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ସମ୍ପାଦକଙ୍କ ସହିତ ଅଚାର୍ଯ୍ୟ ଆଚାର୍ଯ୍ୟାଙ୍କୁ ମଧ୍ୟ ନେସନ୍ ବିଲ୍ଡର ସମ୍ମାନ ପ୍ରଦାନ କରାଯାଇଛି I ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ସମ୍ପାଦକ ସୁଶାନ୍ତ କୁମାର ବେହେରା, ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ,ସହ ପ୍ରଧାନ ଆଚାର୍ଯ୍ୟା ସଂଘମିତ୍ରା ନାୟକ, ଆଚାର୍ଯ୍ୟ ସୁକାନ୍ତ, ଶିବରାମ ଏବଂ ଆଚାର୍ଯ୍ୟା ଶୁଭଶ୍ରୀଙ୍କୁ ନେସନ୍ ବିଲ୍ଡର ସମ୍ମାନ ପ୍ରଦାନ କରାଯାଇଛି I ବ୍ରହ୍ମପୁରର ଶୁଭମ ସେଲିବ୍ରେସନ୍ ଧର୍ମ ନଗର ଠାରେ ସଭାପତି ନନ୍ଦିତା ତ୍ରିପାଠିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟର ଭାଇସ୍ ଚାନସେଲର ସିଦ୍ଧାର୍ଥ ଶଙ୍କର ପାଢୀ, ସମ୍ମାନୀତ ଅତିଥି ଭାବେ ସାହିତ୍ୟିକ କୃଷ୍ଣ ଚନ୍ଦ୍ର ତ୍ରିପାଠି ଯୋଗ ଦେଇ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ସମ୍ମାନୀତ କରିଥିଲେ I ଏହି ସମ୍ମାନ ପାଇବା ପରେ ଆଚାର୍ଯ୍ୟ ଆଚାର୍ଯ୍ୟା ମାନେ ବେଶ ଖୁସି ଥିବା ବେଳେ ଏହା ସେମାନଙ୍କୁ କର୍ମକ୍ଷେତ୍ରରେ ଆଗକୁ ବଢାଇବ ବୋଲି ସମ୍ପାଦକ ସୁଶାନ୍ତ କୁମାର ବେହେରା ଓ ସଭାପତି ମାଧବ ଚନ୍ଦ୍ର ଆପଟ ମତ ବ୍ୟକ୍ତ କରିଛନ୍ତି I