ରାସ୍ତା ପାଲଟିଛି ମରଣଯନ୍ତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରାଜ୍ୟ ସରକାର ପ୍ରତି ଗ୍ରାମ ଵା ସହରାଞ୍ଚଳପାଇଁ ଉନ୍ନତ ଓ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି. କିନ୍ତୁ ଏଠାରେ ଚିତ୍ର କହୁଛି ଅନେକ କଥା. ଲୋକମାନଙ୍କୁ ପ୍ରତିଦିନ ମରଣ ସହ ସାମ୍ନା କରିବାକୁ ପଡୁଛି. ଏଭଳି ଚିତ୍ର ଦେଖିବାକୁ ମିଳିଛି ଗଜପତି, ଗଞ୍ଜାମ ଓ ରାୟଗଡା ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ରାଜରାସ୍ତା ୩୨୬ରେ ମୋହନା ବ୍ଲକ ଅନ୍ତର୍ଗତ ଖାରୀଗୁଡା ପଞ୍ଚାୟତ ନିକଟରେ. ଏହି ଗ୍ରାମରେ ଥିବା ଏକ ଶଙ୍ଖଠାରେ ବଡ ଗର୍ତ୍ତ ସୃଷ୍ଟି ହୋଇଛି. ଯାହାକି ସାଧାରଣ ଲୋକଙ୍କ ଯାତାୟତରେ ବାଧାପ୍ରାପ୍ତ ହେଉଛି. ପ୍ରତେକ ଦିନ ସେହି ଗର୍ତ୍ତ ରାସ୍ତା ଦେଇ ଲୋକମାନଙ୍କୁ ଯିବାକୁ ପଡୁଛି. ଯାହାକି ଏହି ଅସୁବିଧା ନେଇ କେତେ ନିରୀହ ଲୋକଙ୍କ ଜୀବନ ଅକାରଣେ ମୃତ୍ୟୁବରଣ କରୁଛନ୍ତି. ଖାଲି ସେତିକି ନୁହେଁ ବହୁ ଦୁର୍ଘଟଣାର ଲୋକେ ସାମ୍ନା କରିବାକୁ ପଡୁଛି. ଠିକାଦାର ନିମ୍ନମାନର କାର୍ଯ୍ୟ ନେଇ ଏଭଳି ଅସୁବିଧା ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି. ଏନେଇ ଯଥା ଶୀଘ୍ର ସର୍ବସାଧାରଣଙ୍କ ଉନ୍ନତି ନିମନ୍ତେ ରାସ୍ତା ମରାମତି କଲେ ଅଞ୍ଚଳବାସୀ ଉପକୃତ ହୋଇପାରିବେ ବୋଲି ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ