ଜାତୀୟ ଦୁଗ୍‌ଧ ଦିବସ

୨୦୧୪ରୁ ପ୍ରତିବର୍ଷ ୨୬ ନଭେମ୍ବର ଆମ ଦେଶରେ ପାଳନ କରାଯାଉଛି ‘ଜାତୀୟ ଦୁଗ୍‌ଧ ଦିବସ’ । ୧୯୨୧ ନଭେମ୍ବର ଏହି ଦିନରେ କେରଳର କୋଷିକୋଡ଼ରେ ଜନ୍ମ ହୋଇଥିଲେ ‘ଶ୍ୱେତ ବିପ୍ଲବ’ର ଜନକ ଡ.ବଗିଜ କୁରିୟନ । ‘ଶ୍ୱେତ ବିପ୍ଲବ’ ବିଶ୍ୱର ସବୁଠାରୁ ବଡ଼ ଓ ସଫଳ କୃଷି ବିକାଶ କାର୍ଯ୍ୟକ୍ରମ । ୧୯୯୮ ରେ ଭାରତ, ଆମେରିକାକୁ ପଛରେ ପକାଇ, ବିଶ୍ୱର ଏକ ନମ୍ବର ଦୁଗଧ ଉତ୍ପାଦନକାରୀ ରାଷ୍ଟ୍ର ପାଲଟିଥିଲା । ଦୁଗ୍‌ଧ ଉତ୍ପାଦନରେ ଭାରତ ବିଶ୍ୱରେ ଅଗ୍ରଣୀ । ଦୁଗ୍‌ଧ ଚାଷ ଆମ ଦେଶର ସବୁଠାରୁ ବଡ଼ ଆତ୍ମନିର୍ଭର ଉଦ୍ୟୋଗ । ଡ.କୁରିୟନ ଏହା ସମ୍ଭବ କରାଇଥିଲେ । ଏକଦା ଭାରତ ଦୁଗ୍‌ଧ ଅଭାବୀ ରାଷ୍ଟ୍ର ଥିଲା । ଡ.କୁରିୟନଙ୍କର ଦୂରଦୃଷ୍ଟି, କାର୍ଯ୍ୟ ଶୈଳୀ ନିଷ୍ଠାପର ଉଦ୍ୟମ ଦ୍ୱାରା ଦେଶ ଦୁଗ୍‌ଧ ବଳକା ରାଷ୍ଟ୍ରରେ ପରିଣତ ହୋଇଥିଲା । ତେଣୁ ତାଙ୍କ ସମ୍ମାନାର୍ଥେ, ତାଙ୍କ ଜନ୍ମ ଦିନକୁ ‘ଜାତୀୟ ଦୁଗଧ ଦିବସ’ ଭାବେ ପାଳନ କରାଯାଉଛି । ଡ.କୁରିୟନଙ୍କ ଜୀବନର ବଡ଼ ଭାଗ ଗୁଜରାତିରେ କଟିଥିଲା ଏବହ ଅନ୍ତ ମଧ୍ୟ ହୋଇଥିଲା ଗୁଜରାତର ନୀଡ଼ିୟାଡ଼ରେ । ସେ ପ୍ରଥମେ ଯେତେ ବେଳେ ଗୁଜରାଟ ଆସିଥିଲେ ରହିବା ପାଇଁ ଭଡ଼ା ଘର ପାଇ ନଥିଲେ । ଏହାର କାରଣ ସେ ଅବିବାହିତ, କିରସ୍ତାନ ଓ ଆମିଷହାରୀ ଥିଲେ । ସେ ଗୁଜରାତୀ ଭାଷା କହୁନଥିଲେ କି ଦୁଗ୍‌ଧ ପାନ କରୁନଥିଲେ । ‘ଶ୍ୱେତ ବିପ୍ଲବ’ ପୃଷ୍ଠଭୂମିରେ ଶ୍ୟାମ ବେନେଗଲ ନିର୍ମାଣ କରିଥିଲେ ‘ମନ୍ଥନ’ଚଳଚ୍ଚିତ୍ର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ