ବ୍ରାଉନ ସୁଗାର ଜବତ
ନିମାପଡ଼ା, (ସନ୍ତୋଷ ଦାଶ):ଚୋର ଯେତେ ଚାଲାଖ ପୋଲିସ ତା ତା ଠାରୁ ଅଧୀକ ଚାଲାକ। ଆଜି ଏହା ଦେଖିବାକୁ ମିଳିଛି କାକଟପୁର ନିକଟସ୍ଥ ବଲରା ସେତୁ ନିକଟରେ । OR O2 ୬୧୧୯ ନମ୍ବର ବିଶିଷ୍ଟ ଏକ ଅଟୋରେ ବ୍ରାଉନ ସୁଗାର ବିକ୍ରୀ ହେଉଥିବା ଖବର ପାଇ କାକଟପୁର ଥାନା ଆଇ ଆଇ ସି ପ୍ରିୟ ରଞ୍ଜନ ନାୟକ ସଦଳବଳେ ସେଠାରେ ପହଞ୍ଚି ଖାନ ତଲାସି କଲାପରେ ଅଟୋ ଭିତରୁ ବ୍ରାଉନ ସୁଗାର ପାଇଥିଲେ । ଅଟୋ ଏବଂ ଚାଳକ ଶେଖ ଅମିର କୁ ଥାନା କୁ ଆଣି ପଚରା ଉଚୁରା କରାଯାଇଥିଲା। ଅଟୋ ରୁ 34 ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଥିବା ଥାନା ଆଇ ଆଇ ସି ପ୍ରିୟ ରଞ୍ଜନ ନାୟକ ପ୍ରକାଶ କରିବା ସହିତ ଏ ସଂକ୍ରାନ୍ତ ରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି।(କେଶ ନଂ ୨୦୩/୨୦୨୨)। ୨୧ ବି ଏନ ଡି ପି ଏସ ଆକ୍ଟ ରେ ଅଭିଯୁକ୍ତ ଶେଖ ଅମିର ଗିରଫ କରାଯାଇଛି ଓ ଆସାମୀକୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଆଇ ଆଇ ସି ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।