ଅସୁସ୍ଥ ଗାଈକୁ ଛାଡି ଚାଲିଗଲା ମାଲିକ ହାତ ବଢ଼ାଇଲେ ସ୍ୱେଚ୍ଛାସେବୀ

ଗଂଜାମ, (ବିନୋଦ ପଲେଇ):ରାସ୍ତା କଡରେ ଏକ ଅସୁସ୍ଥ ଗାଈ ଯନ୍ତ୍ରଣା ରେ ଛଟପଟ ହେଉଥିବା ବେଳେ ତାକୁ ମରଣମୁହଁ ରେ ଛାଡି ଚାଲିଗଲା ମାଲିକ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ଯ ଦେଖିବାକୁ ମିଳିଛି ଗଞ୍ଜାମ ସହରରେ। ଖବରପାଇ ସହଯୋଗ ର ହାତ ବଢାଇଥିଲେ କିଛି ସ୍ବେଚ୍ଛାସେବୀ। ସ୍ଥାନୀୟ ପ୍ରାଣୀଧନ ଚିକିତ୍ସକ ଙ୍କ ସହ ଯୋଗାଯୋଗ କରି ଗୋମାତାର ଉପଯୁକ୍ତ ସେବା ଶୁଶ୍ରୁଷା ବ୍ଯବସ୍ଥା କରିଥିଲେ। ଯୁବକ ମାନଙ୍କ ଏଭଳି କାର୍ଯ୍ଯ କୁ ସାଧାରଣ ପ୍ରଶଂସା କରାଯାଇଛି। ସୂଚନା ପ୍ରକାରେ ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗଂଜାମ ଶାଖା ପାର୍ଶରେ ଗତ ଦୁଇ ସପ୍ତାହ ତଳେ ଏକ ଗାଈ ଗୁରୁତର ଅସୁସ୍ଥ ହୋଇ ପଡିରହିଥିଲା। କୌଣସି ସୁତ୍ରରୁ ଖବରପାଇ ଦୂର୍ଗା ମାଧବ ପାଣିଗ୍ରାହୀ, ପ୍ରଦୀପ କୁମାର ପଣ୍ଡା,ବାଲାଜି ଚରଣ ପାଢ଼ୀ,ପପୁ ମହାନ୍ତି, ରାଧାରମଣ ପଣ୍ଡା, ସାମାରେଡି, ଆଶିଷ ମହାପାତ୍ର, ଋତୁରାଜ ମହାପାତ୍ର, ରାଜ ଶତପଥୀ, ବ୍ରଜ ସୁନ୍ଦର ପଣ୍ଡା ଓ ଅଖିଳ ତରାଇ, ଶେଷପାଢ଼ୀ ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଏକ ଅସ୍ଥାୟୀ ଟେଣ୍ଟ ମାରି ପଶୁଡାକ୍ତରଙ୍କ ସହାୟତାରେ ଚିକିତ୍ସା କରିବା ସହ ତାର ସେବା କରିଥିଲେ। ଗତ ଦୁଇଦିନ ତଳେ ଲଗାଣ ବର୍ଷା ହେବାରୁ ଗାଇଟିକୁ ଭଞ୍ଜମଣ୍ଡପ ରେ ରଖି ଚିକିତ୍ସା କରିଥିଲେ ମଧ୍ୟ ସୁସ୍ଥ ହୋଇନଥିଲା
। ଆଜି ଗଞ୍ଜାମ ବିଡ଼ିଓ ବିଶ୍ୱଜିତ ରାୟଙ୍କ ଦୁଷ୍ଟି ଆକର୍ଷଣ କରିବା ପରେ ତାଙ୍କର ପରାମର୍ଶ କ୍ରମେ ହୁମା ସ୍ଥିତ ଗଞ୍ଜାମ ବ୍ଲକର ମୁଖ୍ୟ ପଶୁ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ