ଈଶ୍ୱରଙ୍କ ଚେହେରାର ସ୍କେଚ୍ ପ୍ରସ୍ତୁତ କରିଛନ୍ତି ବୈଜ୍ଞାନିକ
ବିଭିନ୍ନ ଧର୍ମରେ ଈଶ୍ୱରଙ୍କ ସ୍ୱରୂପ ସମ୍ପର୍କରେ ଭିନ୍ନ ଭିନ୍ନ କଥା ବର୍ଣ୍ଣନା କରାଯାଇଛି । ପୌରାଣିକ କଥା ଅନୁସାରେ ସନାତନ ଧର୍ମରେ ୩୩ କୋଟି ଦେବୀଦେବତା ଅଛନ୍ତି । ହେଲେ କେହି କେବେ ସେମାନଙ୍କ ରୂପ ଦର୍ଶନ କରିଛନ୍ତି କି ? ନିଶ୍ଚିତ ରୂପେ ନା, ହେଲେ ଏ ଦିଗରେ ଦୀର୍ଘ ବର୍ଷରୁ ଗବେଷଣା ଚଳାଇଥିବା ଆମେରିକୀୟ ବୈଜ୍ଞାନିକମାନେ ପ୍ରଥମ ଥର ଈଶ୍ୱରଙ୍କ ରୂପର ସ୍କେଚ୍ ପ୍ରସ୍ତୁତ କରିଛନ୍ତି । ବୈଜ୍ଞାନିକମାନେ ଅନେକ ଆମେରିକୀୟ ଚେହେରାର ବିଶ୍ଲେଷଣ ପରେ ଏହି ସ୍କେଚ୍ ପ୍ରସ୍ତୁତ କରିଛନ୍ତି । ହୁଏତ ଏହା ହିଁ ଭଗବାନଙ୍କ ଅସଲ ରୂପ ହୋଇପାରେ । ଯେଉଁଥିରେ ତାରୁଣ୍ୟତା ସାଙ୍ଗକୁ ଯୁବ ସ୍ୱ୍ୱଭାବ ଓ ନାରୀର କୋମଳତା ବି ଭରି ରହିଛି । ଏଥିରୁ ଅନୁମାନ କରନ୍ତୁ ଭଗବାନଙ୍କ ଅସଲ ରୂପ କିପରି ହୋଇପାରେ । ଆମେରିକାରେ ବୈଜ୍ଞାନିକମାନେ ଈଶ୍ୱରଙ୍କ ଅନୁସନ୍ଧାନରେ ତାଙ୍କର ସ୍କେଚ୍ ବି ପ୍ରସ୍ତୁତ କରିସାରିଲେଣି । ହେଲେ ରୋଚକ କଥା ହେଉଛି ଭଗବାନଙ୍କୁ ମାନିଥିବା ଭାରତୀୟ ଏ ଦିଗରେ ଏ ପର୍ଯ୍ୟନ୍ତ ସାମାନ୍ୟତମ ଉଦ୍ୟମ ବି କରିନାହାନ୍ତି । ବୈଜ୍ଞାନିକମାନଙ୍କ ଏହି ଗବେଷଣା ନିବନ୍ଧକୁ ଗବେଷଣା ପତ୍ରିକା ପ୍ରକାଶ କରିଛି । ବୈଜ୍ଞାନିକମାନେ ଈଶା ମସିହଙ୍କ ଅନୁସନ୍ଧାନରେ ଲାଗିଥିବା ବେଳେ ଈଶ୍ୱରଙ୍କୁ ଖୋଜି ପାଇଛନ୍ତି । ଈଶାୟୀ ଧର୍ମାବଲମ୍ବୀମାନେ ଯୀଶୁ ବୃଦ୍ଧ ନୁହଁନ୍ତି ଯୁବକ ବୋଲି କହିବା ପରେ ବୈଜ୍ଞାନିକ ସେମାନଙ୍କ ଗବେଷଣାର ଦିଗ ପରିବର୍ତ୍ତନ କରିଥିଲେ । ବୈଜ୍ଞାନିକ ଓ ମନୋ ବୈଜ୍ଞାନିକମାନେ ୫୧୧ ଜଣ ଆମେରିକୀୟ ଈଶାୟୀଙ୍କ ସହାୟତାରେ ୟୁନିଭର୍ସିଟି ଅଫ୍ ନର୍ଥ କାଲିଫର୍ଣ୍ଣିଆର ଚାପେଲ ହିଲରେ ଈଶ୍ୱରଙ୍କ ଏହି ସ୍କେଚ ପ୍ରସ୍ତୁତ କରିଛନ୍ତି । ହଜାର ହଜାର ଲୋକ ସେମାନଙ୍କ ଭଗବାନଙ୍କୁ ପ୍ରକଟ କରିବା ଲାଗି ଉଦ୍ୟମ କରିଥିଲେ ।


