ଛତ୍ରପୁରରେ ମିସାଇଲ ମ୍ୟାନ ଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି
ଛତ୍ରପୁର, (ଦେବଦତ୍ତ ମହାରଣା):ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସଭାପତି ତଥା ଯୁବ କାଉନସିଲର ଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ ଶନିବାର ମିସାଇଲ ମ୍ୟାନ ତଥା ଭାରତରତ୍ନ ପ୍ରାପ୍ତ ଭାରତ ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଏପିଜେ ଅବଦୁଲ କଲାମ ଙ୍କ ଜନ୍ମ ଜୟନ୍ତୀ ଅବସର ରେ ସ୍ଥାନୀୟ ଥାନା ସମ୍ମୁଖରେ ଥିବା ଏପିଜେ ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି l ଏଥିରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, ଛତ୍ରପୁର ଥାନାଅଧିକାରୀ ସତ୍ୟ ରଂଜନ ପ୍ରଧାନ, ୟୁଥ ମାସ ସେବା ସଂଘ ସମ୍ପାଦକ ସୟଦ ମୁକ୍ତାର, 9 ନଂ ୱାର୍ଡ କାଉନସିଲର ପ୍ରୀତିଛନ୍ଦା ସାମଲ, ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ର ବରିଷ୍ଠ ନାଗରିକ ସଂଘ ର ସମ୍ପାଦକ ଗୌରୀ ଶଙ୍କର ପାଢ଼ୀ, ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜିବାବୁ, ଛତ୍ରପୁର ଏନଏସିର ପୂର୍ବତନ ଉପାଧ୍ୟକ୍ଷ ପ୍ରୋଦୋଷ କୁମାର ବେହେରା, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ଉପ ସଭାପତି ଅଟଳ ବିହାରୀ ପଟ୍ଟନାୟକ, ସମ୍ପାଦିକା ଝିଲିବାଳା ରାଉତ, ସହ -ସମ୍ପାଦିକା ଗୀତା ସାହୁ, ନଳିନୀ କୁମାର ପାଣିଗ୍ରାହୀ ଙ୍କ ସମେତ ବହୁ ଅଞ୍ଚଳ ବାସୀ ଯୋଗଦେଇ ମିସାଇଲ ମ୍ୟାନ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ସ୍ମୃତି ଚାରଣ କରିଥିଲେ l


