ବିଦାୟ ନେଲେ ମା ଗଜଲକ୍ଷ୍ମୀ : ପୁଣି ଆର ବର୍ଷ କୁ ଅପେକ୍ଷା

ଛତ୍ରପୁର, (ଦେବଦତ୍ତ ମହାରଣା):ପବିତ୍ର କୁମାର ପୁର୍ଣିମା ଠାରୁ ଛତ୍ରପୁର ଲୋୟାର ବସ ଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ ବଜାର ମାର୍କେଟ କମ୍ପ୍ଲେକ୍ସ ଠାରେ ଚାଲିଥିବା ମା ଗଜ ଲକ୍ଷ୍ମୀ ଙ୍କ ପୂଜା ଆଜି ଉଦଯାପିତ ହୋଇଯାଇଛି l ଏହି ପୂଜା ଗତ ୨୦ ବର୍ଷ ରୁ ଉର୍ଧ୍ଵ ସମୟ ଧରି ପୂଜା କମିଟି ପକ୍ଷରୁ ଆୟୋଜନ କରାଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ବେଶ ଧୁମ ଧାମ ରେ ମାଙ୍କ ପୂଜା ଆୟୋଜନ କରାଯାଇଥିଲା l ପ୍ରତ୍ୟେକ ଦିନ ପଣ୍ଡିତ ଡ଼ଃ ସରୋଜ କୁମାର ଶତପଥି ଓ ନୃସିଂହ ଚରଣ ପଣ୍ଡା ଙ୍କ ପୌରହିତ ରେ ସୂର୍ଯ୍ୟପୂଜା, ଗ୍ରହପୂଜା, ଗଜଲକ୍ଷ୍ମୀଙ୍କ ଷୋଡଶପଚାର, ସନ୍ଧ୍ୟାରେ ମାଙ୍କ ୧୦୮ ଆଳତି, ହୋମ ଓ ପୂଜା ଆଦି ଅନୁଷ୍ଠିତ ହେଉଥିବା ବେଳେ ଆଜି ଏହାର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କର୍ତ୍ତା ଭାବେ ପ୍ରଶାନ୍ତ କୁମାର ମହାରଣା ଓ ଏସ. ପ୍ରବୀଣ କୁମାର ଦାୟିତ୍ୱ ତୁଲାଇଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ପୂଜା କମିଟିର ସଭାପତି ବସନ୍ତ କୁମାର ମହାରଣା, ଉପସଭାପତି ମନୋଜ କୁମାର ସାହୁ,ସମ୍ପାଦକ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ଅତୁଲ କୁମାର ଦାଶ, ଆରତ ବିଶ୍ୱାଳ, ଲିପୁନ ବିଶ୍ୱାଳ, କେଂଚୁ ପୁରୋହିତ, ସୁରେନ୍ଦ୍ର ବେହେରା, ବାବୁ ବେହେରା, ସରୋଜ ପାଢୀ, ସନ୍ତୋଷ ଚୌଧୂରୀ, ରବି ନାରାୟଣ ବେହେରା, ଅଖିଳ ପାଣିଗ୍ରାହୀ, ସୁଦାମ ରାଉଳ, ସରୋଜ କୁମାର ସାମଲ, କେ. କମଳ କର ଓ ଭି. ରମେଶ ରାଓଙ୍କ ସମେତ ବହୁ ପୂଜା କମିଟିର ସଦସ୍ୟ ମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ