ଅଣନିଯୁକ୍ତି ତାଲିମ ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଭୋଟ ବର୍ଜନ ନିଷ୍ପତି
ହିଞ୍ଜିଳିକାଟୁ,(ଯୁଗାବ୍ଦ ନ୍ୟୁଜ ) : ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀ ଚଳିତ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ ଭଳି ଚରମ ପନ୍ଥା ଅବଲମ୍ବନ କରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି ।ବୁଧବାର ଦିନ ହିଞ୍ଜିଳିକାଟୁ ବ୍ଳକ ନୂଆଁ ବୁରୁପଡ଼ା ପଂଚାୟତ ଅଧିନସ୍ଥ ମା’ ଶ୍ୟାମଳାଇ ମନ୍ଦିର ପରିସରରେ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଭୋଟ ବର୍ଜନ ଭଳି ଚରମ ପନ୍ଥା ଗ୍ରହଣ କରାଯାିଥିବା ନେଇ ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱାସ୍ଥ୍ର କର୍ମୀ ମାନେ ଓଡ଼ିଶା ସରକାରଙ୍କ ମହିଳା ମାରଣ ନୀତି ବିରୋଧରେ ବିଷେଦାଗାର କରିଛନ୍ତି ୍ୱହିଳାଙ୍କୁ ସଶକ୍ତି କରଣ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଛନ୍ତି । ରାଜ୍ୟରେ ଗତ ୨୦୦୬ ଠାରୁ ୨୦୧୮ ମସିହା ମଧ୍ୟରେ ୧୭ ହଜାରରୁ ଉଦ୍ଧ୍ୱର୍ ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ନିଜର ଅଧୟନ ଶେଷ କରି ରାଜ୍ୟ ସରକାରଙ୍କ ଦ୍ୱାରସ୍ଥ ହେବା ପରେ ବି ସରକାର ସେମାନଙ୍କ କଥାକୁ ଭୃକ୍ଷେପ କରୁନଥିବା ଅଭିଯୋଗ କରିଛନ୍ତି । କେବଳ ରାଜନୈତିକ ଉଦ୍ଦ୍ୟେଶ ସାଧିତ ପାଇଁ ସଶକ୍ତିକରଣ ନାମରେ ଜନସାଧାରଣଙ୍କୁ ଭୁଆଁ ବୁଲାଯାଉଛି । ରାଜ୍ୟ ସରକାରଙ୍କ ଅବହେଳା ମନୋଭାବ ଯୋଗୁଁ ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ମାନେ ଆଜି ରାଜ ରାସ୍ତାରେ ।ଏଣୁ ଚଳିତ ସାଧାରଣ ନିର୍ବାଚନରେ ସେମାନେ ଭୋଟ ବର୍ଜନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢୁଥିବା ହିଞ୍ଜିଳି ଓ ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଘରକୁ ଘର ବୁଲି ସରକାରଙ୍କ ଅପାରଗତା ବିଷୟରେ ଜନସାଧାରଣଙ୍କୁ ଅବଗତ କରିବେ ବୋଲି କହିଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଙ୍ଘର ରାଜ୍ୟ ସଭାପତି ପାର୍ଥ ସାରଥୀ ଜେନା, ସୁମତି ସାହୁ, ସମ୍ପାଦିକା ସ୍ମୃତିରେଖା ନାୟକ, ଗିତାଂଜଳି ସାହୁ, ସୁନିତା ମହାରଣା,


